21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଅଜବ ପରମ୍ପରା; ଏହି ଦେଶରେ କେବଳ ଦିନକ ପାଇଁ କରନ୍ତି ବିବାହ....

ଅଜବ ପରମ୍ପରା; ଏହି ଦେଶରେ କେବଳ ଦିନକ ପାଇଁ କରନ୍ତି ବିବାହ….

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତ୍ୟେକ ସ୍ଥାନର ସଂସ୍କୃତି, ପରମ୍ପରା ଓ ଚଳଣି ସ୍ୱତନ୍ତ୍ର ଓ ଭିନ୍ନ ଥାଏ । ଏଥିମଧ୍ୟରୁ ବିବାହ ଏକ ସ୍ୱତନ୍ତ୍ର ପରମ୍ପରା । ବିବାହ କ୍ଷେତ୍ରରେ ମଧ୍ୟ ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ରୀତିନୀତି । ଚୀନ୍‌ରେ ବିବାହକୁ ନେଇ ଏକ ଅଜବ ପରମ୍ପରା ରହିଛି । ଗୋଟେପଟେ ଲୋକେ ୭ ଜନ୍ମର ସାଥୀ ହେବା ଲାଗି ପରସ୍ପର କଥା ଦେଉଥିବା ବେଳେ ଏଠି ଦିନକ ପାଇଁ ବିବାହ ହୁଏ । ଚୀନ୍ର କିଛି ଅଞ୍ଚଳରେ ପୁରୁଷମାନେ କେବଳ ୨୪ ଘଣ୍ଟା ଲାଗି ବିବାହ କରିଥାନ୍ତି । ଆଉ ଏଥିପାଇଁ ଏମାନଙ୍କୁ ଦେବାକୁ ପଡ଼େ ୪୦ ହଜାର ଟଙ୍କା ।

ଏକଥା ଅବିଶ୍ୱାସ ଲାଗୁଥିଲେ ବି ସତ । ତେବେ କେବଳ ଦିନକ ପାଇଁ କାହିଁକି ବିବାହ କରନ୍ତି? ଏଭଳି ବିବାହ ପଛରେ କ’ଣ ରହିଛି କାରଣ ? ଏହାର କାରଣ ହେଉଛି ଆର୍ôଥକ ଅଭାବ । ଚୀନ୍‌ରେ ଏଭଳି କିଛି ଅଞ୍ଚଳ ରହିଛି ଯେଉଁଠାରେ ଅନେକ ଯୁବକଙ୍କ ଅବସ୍ଥା ସ୍ୱଚ୍ଛଳ ନଥାଏ । ଏମାନେ କନ୍ୟା ଘରକୁ କୌଣସି ଉପହାର କିମ୍ୱା ଅର୍ଥ ଦେବାକୁ ଅକ୍ଷମ ଥାନ୍ତି । ତେଣୁ ଏମାନଙ୍କ ବିବାହ ହୋଇପାରେନାହିଁ । ଏହି କାରଣରୁ ସେମାନେ ଏଭଳି ଉପାୟ ଆପଣାଇଛନ୍ତି । କେବଳ ବିବାହିତ ତାଲିକାରେ ନିଜ ନାଁକୁ ଅନ୍ତର୍ଭୁକ୍ତ କରିବାକୁ ଏମାନେ ଏଭଳି ସ୍ୱତନ୍ତ୍ର ବିବାହର ଆୟୋଜନ କରିଥାନ୍ତି ।

ଏହି ବିବାହର ଧାରାଟି ଚୀନ୍ର ହୁବେଇର ଗ୍ରାମାଞ୍ଚଳରେ ଅଧିକ ଦେଖିବାକୁ ମିଳେ । ଏଠାକାର ଯୁବକମାନେ ଆର୍ôଥକ ସ୍ୱଚ୍ଛଳ ନଥିବାରୁ ମୃତ୍ୟୁ ପୂର୍ବରୁ ମାତ୍ର, ଦିନକ ପାଇଁ ବିବାହ କରିଥାନ୍ତି । ତେବେ ବିଗତ ୬ ବର୍ଷ ହେଲାଣି ଚୀନ୍‌ରେ ଏଭଳି ବିବାହ ବଢ଼ିଚାଲିଛି । ଏମିତି ବିବାହ କରାଉଥିବା ଜଣେ ବ୍ୟକ୍ତି କୁହନ୍ତି, ତାଙ୍କ ପାଖେ ଅନେକ ପେଶାଦାର କନ୍ୟା ଅଛନ୍ତି, ଯେଉଁମାନେ ୪୦ ହଜାର ଟଙ୍କା ନେଇ ବିବାହ କରିବାକୁ ରାଜି ହୁଅନ୍ତି । ଏହି ଯୁବତୀମାନଙ୍କର ମଧ୍ୟ ଆର୍ôଥକ ଅବସ୍ଥା ଶୋଚନୀୟ । ତେଣୁ ଟଙ୍କା ନେଇ ବିବାହ କରିବାରେ ଏମାନଙ୍କର କୌଣସି ଆପତ୍ତି ନଥାଏ । ତେବେ ଏଭଳି ବିବାହ ଏଠାରେ ପ୍ରଚଳିତ ହେବାର ମୁଖ୍ୟ କାରଣ ହେଉଛି, ହୁବେଇର ଗ୍ରାମାଞ୍ଚଳରେ ମୃତ୍ୟୁ ପରେ କବରସ୍ତାନରେ କବର ଦେବା ପାଇଁ ଉକ୍ତ ବ୍ୟକ୍ତି ବିବାହିତ ହୋଇଥିବା ନିୟମ ରହିଛି । ତେଣୁ ଏ କ୍ଷେତ୍ରରେ ଗରିବ ଶ୍ରେଣୀର ପୁଅମାନେ ବିବାହ କରି ପୂର୍ବ ପୁରୁଷଙ୍କୁ ନିଜ ପତ୍ନୀକୁ ଦେଖାଇ ସେମାନେ ବିବାହିତ ବୋଲି କହିଥାନ୍ତି । ଏପରି କରିବା ଦ୍ୱାରା ଏମାନଙ୍କୁ କବରସ୍ଥାନରେ ସ୍ଥାନ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking