28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ୱାମୀ ମାଗିଲେ କିଡନୀ

ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ୱାମୀ ମାଗିଲେ କିଡନୀ

ୱାଶିଂଟନ୍‌: ଛାଡପତ୍ରର ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ । କିନ୍ତୁ ଏହି ମାମଲା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଛାଡପତ୍ର ପରେ ସ୍ୱାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି । କିନ୍ତୁ ଏହି ଘଟଣାରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି । ଘଟଣା ଜାଣି ତାଜୁବ ହୋଇଯିବେ । ଘଟଣାଟି ଆମେରିକାର । ବ୍ୟକ୍ତି ଜଣକ ହେଲେ ଡ. ରିଚାର୍ଡ ବତିସ୍ତା ।

ସେ ଛାଡପତ୍ରରେ ନିଜ ସ୍ତ୍ରୀଙ୍କ ଠାରୁ କିଡନୀ ମାଗିଛନ୍ତି । କିଡନୀ ନ ଦେଇ ପାରିଲେ ତା’ ବଦଳରେ ୧.୨ ମିଲିୟନ ପାଉଣ୍ଡର ଟଙ୍କା ଫେରେଇବାକୁ କହିଛନ୍ତି । ଏହି ଦମ୍ପତିଙ୍କ ବିବାହ ୨୦୦୯ରେ ହୋଇଥିଲା । ଦୁହିଁଙ୍କ ୩ଟି ପିଲା ଅଛନ୍ତି । ସ୍ତ୍ରୀଙ୍କ ଦୁଇଟି ଯାକ କିଡନୀ ଫେଲ୍ ହୋଇଯିବାରୁ ରିଚାର୍ଡ ସ୍ତ୍ରୀଙ୍କୁ କିଡନୀ ଡୋନେଟ୍ କରିଥିଲେ । କିନ୍ତୁ ଏହି ଘଟଣାର ୪ବର୍ଷ ପରେ ଦୁହିଁଙ୍କର ବିଚ୍ଛେଦ ହୋଇଥିଲା । ରିଚାର୍ଡ ତାଙ୍କ ସ୍ତ୍ରୀଙ୍କର ଆଫାଏର ଥିବା ନେଇ ଅଭିଯୋଗ କରିଛନ୍ତି । ଛାଡପତ୍ର ପରେ ସେ ତାଙ୍କ ସ୍ତ୍ରୀଙ୍କୁ କିଡନୀ ଫେରାଇ ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking