13.1 C
Bhubaneswar
Monday, December 15, 2025
Homeଦେଶ ବିଦେଶବାୟୁସେନାରେ ଦୁଷ୍କର୍ମ ଅଭିଯୋଗଜନିତ ଝଡ଼

ବାୟୁସେନାରେ ଦୁଷ୍କର୍ମ ଅଭିଯୋଗଜନିତ ଝଡ଼

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଜଣେ ମହିଳା ଫ୍ଲାଇଂ ଅଧିକାରୀ ତାଙ୍କ ସହ ଓରାଲ ସେକ୍ସ (ମୌଖିକ ଦୁଷ୍କର୍ମ) ହୋଇଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଭାରତୀୟ ସେନାରେ ଏକ ବଡ଼ ଧରଣର ଝଡ ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ପୀଡ଼ିତା ମହିଳା ଅଧିକାରୀଜଣକ ଜମ୍ମୁ-କାଶ୍ମୀରର ବଡ଼ଗାମ ପୁଲିସ୍ ଷ୍ଟେସନରେ ଦାୟର କରିଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଜଣେ ୱିଙ୍ଗ୍ କମାଣ୍ଡର ତାଙ୍କୁ ମୌଖିକ ଦୁଷ୍କର୍ମ କରିଛନ୍ତି। ଏଥିପାଇଁ ଅଭିଯୁକ୍ତ ୱିଙ୍ଗ୍ କମାଣ୍ଡରଜଣକ ତାଙ୍କୁ ବାଧ୍ୟ କରିଥିଲେ ବୋଲି ମଧ୍ୟ ପୀଡ଼ିତା କହିଛନ୍ତି। ନିଜ ଅଭିଯୋଗରେ ପୀଡ଼ିତା ଫ୍ଲାଇଂ ଅଧିକାରୀ ଦର୍ଶାଇଛନ୍ତି ଯେ, ଦୀର୍ଘ ୨ ବର୍ଷ ଧରି ସେ ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ମାନସିକ ଅଶାନ୍ତି ଭିତରେ ଜୀବନ କାଟୁଛନ୍ତି। ନ୍ୟାୟ ପାଇବା ଆଶାରେ ସେ ଅନେକ ଥର ଏନେଇ ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ପ୍ରକାଶ, ଉଭୟ ଅଭିଯୁକ୍ତ ୱିଙ୍ଗ କମାଣ୍ଡର ଓ ପୀଡ଼ିତା ଫ୍ଲାଇଂ ଅଫିସର ସମ୍ପ୍ରତି ଶ୍ରୀନଗରରେ ଅବସ୍ଥାପିତ ରହିଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ୨୦୨୩ ଡିସେମ୍ବର ୩୧ରେ ବାୟୁସେନା ଅଧିକାରୀଙ୍କ ପାଇଁ ଥିବା ମେସ୍‌ରେ ନବବର୍ଷ ପାର୍ଟି ଆୟୋଜନ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ୱିଙ୍ଗ କମାଣ୍ଡର ଜଣକ, ତାଙ୍କୁ ଅନ୍ୟ ଏକ ରୁମ୍‌କୁ ନେଇ ଯାଇ ସେଠାରେ ଜାବୁଡ଼ି ଧରିବା ସହ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ। ସେ ତାଙ୍କୁ ସେଠାରେ ଅସଦାଚରଣ କରିଥିଲେ। ବେଶ କିଛି ସମୟ ଧରି ଏପରି ଟଣାଓଟରା ସ୍ଥିତି ଲାଗି ରହିଥିଲା। ପରେ ସେ ଅଭିଯୁକ୍ତଙ୍କୁ ଧକ୍କା ମାରି ସେଠାରୁ ଚାଲି ଆସିଥିଲେ। କିନ୍ତୁ ଏହି ଘଟଣାକୁ ନେଇ ମାସାଧିକ କାଳ ପର୍ଯ୍ୟନ୍ତ ସେ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ। ଅଭିଯୁକ୍ତ ୱିଙ୍ଗ୍ କମାଣ୍ଡରଙ୍କ ବିରୋଧରେ ଅଭିଯୋଗ କରିବାକୁ ତାଙ୍କର ସାହସ ନଥିଲା। କିନ୍ତୁ ପରେ ସାହସ ଜୁଟାଇ ସେ ଡିପାର୍ଟମେଣ୍ଟ ଆଗରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଜଣେ କର୍ଣ୍ଣଲ ର‌୍ୟାଙ୍କ୍ ଅଫିସର ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ତଦନ୍ତକୁ ବନ୍ଦ କରିଦିଆଯାଇଥିଲା। ଏହାପରେ ସେ ପୁଣିଥରେ ଆଭ୍ୟନ୍ତରୀଣ କମିଟି ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏକାଧିକ ଥର ମେଡିକାଲ ଟେଷ୍ଟ ପାଇଁ କହିଥିଲେ ହେଁ କେହି ବି ତାଙ୍କ କଥା ଶୁଣିନଥିଲେ। ଆଇସି ମଧ୍ୟ ନିଜ କାମ ଠିକ୍ ଭାବେ କରିନଥିଲେ। ସେ ଆଭ୍ୟନ୍ତୀରଣ ସୁରକ୍ଷା ମାଗିବା ସହ ଛୁଟିରେ ଯିବାକୁ କିମ୍ବା ଅଲଗା ସ୍ଥାନରେ ପୋଷ୍ଟିଂ ପାଇଁ କରିଥିବା ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। କୌଣସି ସାକ୍ଷୀ ଓ ପ୍ରମାଣ ନଥିବାରୁ ମେ’ ମାସରେ ମାମଲାକୁ ବନ୍ଦ କରି ଦିଆଯାଇଥିଲା। ଏପ୍ରକାର ନିର୍ଯାତନା ତାଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରିଛି। ସେ ଏବେ ଭୟଭୀତ ହୋଇ ରହିଛନ୍ତି। ସ୍ଥିତି ଏପରି ହୋଇଛି ଯେ ସେ ଏବେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking