30.1 C
Bhubaneswar
Friday, November 15, 2024
Homeଦେଶ ବିଦେଶ ଶାହି ଈଦ୍‌ଗାହ ମସଜିଦ୍ ସର୍ଭେ ଉପରେ ରୋକ୍

 ଶାହି ଈଦ୍‌ଗାହ ମସଜିଦ୍ ସର୍ଭେ ଉପରେ ରୋକ୍

ନୂଆଦିଲ୍ଲୀ: ମଥୁରାର ଶାହି ଈଦ୍‌ଗାହ ମସଜିଦ୍ ସର୍ଭେ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଶୀର୍ଷ ଅଦାଲତ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଖାରଜ୍ କରିଛନ୍ତି । ଫଳରେ ହିନ୍ଦୁ ପକ୍ଷକୁ ବଡ଼ ଝଟକା ଲାଗିଛି । ଏହି ମସଜିଦ୍ ମଥୁରର ଶ୍ରୀକୃଷ୍ଣଙ୍କ ଜନ୍ମଭୂମିକୁ ଲାଗିକରି ରହିଛି । କୁହାଯାଉଛି, ଶ୍ରୀକୃଷ୍ଣଙ୍କ ପ୍ରାଚୀନ ମନ୍ଦିର ଉପରେ ଏହି ମସଜିଦ୍ ନିର୍ମାଣ ହୋଇଛି । ଏନେଇ ହିନ୍ଦୁପକ୍ଷ ଆପତ୍ତି ଉଠାଇ ଯାଚିକା ଦାୟର ପରେ ଉଚ୍ଚ ଅଦାଲତ ଏହାର ସର୍ଭେ ପାଇଁ ଜଣେ କମିଶନରଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆହ୍ଲାବାଦ ହାଇକୋର୍ଟ ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ମଥୁରାର ଶ୍ରୀକୃଷ୍ଣ ମନ୍ଦିରକୁ ଲାଗି କରିଥିବା ଶାହି ଈଦଗାହ ମସଜିଦ ପରିସରକୁ ସର୍ଭେ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାକୁ ବିରୋଧ କରି ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

ତେବେ ସର୍ବୋଚ୍ଚ ଅଦାଲତ ମୁସଲିମ୍ ପକ୍ଷର ଯାଚିକାକୁ ଶୁଣି କରି ସର୍ଭେ ଉପରେ ରୋକ୍ ଲଗାଇଛି । ହେଲେ ମାମଲାର ଶୁଣାଣି ହାଇକୋର୍ଟରେ ଜାରି ରହିବ ବୋଲି କୋର୍ଟ କହିଛନ୍ତି। ତେବେ ସୁପ୍ରିମକୋର୍ଟ ରାୟ ପରେ ଶ୍ରୀକୃଷ୍ଣ ମନ୍ଦିରର ହିନ୍ଦୁ ପକ୍ଷରୁ ବଡ଼ ଝଟକା ଲାଗିଛି । କୋର୍ଟ ହିନ୍ଦୁ ପକ୍ଷ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଆପଣଙ୍କ ଯାଚିକାରେ ସ୍ପଷ୍ଟତା ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking