26.1 C
Bhubaneswar
Friday, September 20, 2024
Homeଖେଳସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳବେକ ଷ୍ଟୋକ୍ସ

ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳବେକ ଷ୍ଟୋକ୍ସ

ମୁମ୍ବାଇ: ଦିଲ୍ଲୀରେ ଆଫଗାନିସ୍ତାନଠାରୁ ୬୯ ରନରେ ପରାସ୍ତ ହେବା ପରେ ବେନ୍ ଷ୍ଟୋକ୍ସ ନିଜ ଇଂଲଣ୍ଡ ସାଥୀ ଖେଳାଳିଙ୍କୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଚଳିତ ସପ୍ତାହ ଶେଷରେ ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ମାଧ୍ୟମରେ ସେ ଚୂଡାନ୍ତ ଏକାଦଶକୁ ଫେରିବେ ବୋଲି ସୂଚନା ମଧ୍ୟ ଦେଇଛନ୍ତି । ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପର ପ୍ରଥମ ତିନିଟି ମ୍ୟାଚ୍ ଖେଳି ପାରିନଥିଲେ । ବର୍ତ୍ତମାନ ସୁଦ୍ଧା କେବଳ ବାଂଲାଦେଶକୁ ହରାଇଥିବା ଇଂଲଣ୍ଡକୁ ସେମିଫାଇନାଲ୍ ପ୍ରବେଶ କରିବା ପାଇଁ ବାକି ଛଅଟି ମ୍ୟାଚରୁ ପାଞ୍ଚଟି ବିଜୟ ଆବଶ୍ୟକ ରହିଛି ।

ଆଫଗାନ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ ନେଟ୍ସରେ ଷ୍ଟୋକ୍ସ ଦୁଇଥର ବ୍ୟାଟିଂ କରିଥିଲେ କିନ୍ତୁ ଅଧିନାୟକ ଜୋସ୍ ବଟଲର୍ ସେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରକାଶ କରିଥିଲେ । ରବିବାରର ପରାଜୟ ପରେ ବଟଲର ଷ୍ଟୋକ୍ସଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଇଂଲଣ୍ଡ ସୀମିତ ଓଭର ଶୃଙ୍ଖଳାରେ ଷ୍ଟୋକ୍ସ କୌଣସି ଆନୁଷ୍ଠାନିକ ନେତୃତ୍ୱ ପଦବୀରେ ନାହାନ୍ତି, କିନ୍ତୁ ସେ ଜଣେ ବରିଷ୍ଠ ଖେଳାଳି ଏବଂ ଟେଷ୍ଟ ଅଧିନାୟକ । ଚୂଡାନ୍ତ ଏକାଦଶରେ ତାଙ୍କ ସାମିଲ ଦ୍ୱାରା ଖେଳାଳିଙ୍କ ମନୋବଳ ବୃଦ୍ଧି ହେବ ବୋଲି ବଟ୍ଟଲର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking