27.1 C
Bhubaneswar
Sunday, June 22, 2025
Homeଅପରାଧବାପା ନାଁରେ କଳଙ୍କ: ଜନ୍ମ କଲା ଝିଅ ସହ....

ବାପା ନାଁରେ କଳଙ୍କ: ଜନ୍ମ କଲା ଝିଅ ସହ….

ଭୁବନେଶ୍ୱର: ବାପା ନାଁରେ କଳଙ୍କ । ଦିନେ କି ଦୁଇ ଦିନ ନୁହେଁ, ଗତ ୪ବର୍ଷ ହେଲା, ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରି ଚାଲିଛି । ଜଣେ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ତାଙ୍କର ୨୭ବର୍ଷୀୟା ଯୁବତୀ ଏଭଳି ସଂଗିନ୍ ଅଭିଯୋଗ ଆଣିଛନ୍ତି । ଯୁବତୀଜଣଙ୍କ ଏ ସଂପର୍କରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ହୋଇଥିବାରୁ ସେଠାକୁ ଏହି ମାମଲା ସ୍ଥାନାନ୍ତର କରାଯାଇଛି । ପଟ୍ଟାମୁଣ୍ଡାଇ ପୁଲିସ ଗତ ୧୪ ତାରିଖ ଦିନ ଏ ସଂପର୍କରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଘଟଣା ଆଜି ପଦାକୁ ଆସିବା ପରେ ରାଜଧାନୀ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ଅଭିଯୋଗକାରୀ ଯୁବତୀଙ୍କ ଏତଲା ଅନୁସାରେ, ଦୀର୍ଘ ୧୫ବର୍ଷ ହେବ ସେ ପଟ୍ଟାମୁଣ୍ଡାଇରେ ପରିବାର ସହ ରହୁଛନ୍ତି । ତାଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଜଣେ ଗାଡ଼ି ଚାଳକ ଭାବେ କାମ କରୁଥିବା ବେଳେ ଏବେ ଆଳି ଥାନାକୁ ବଦଳି ହୋଇଛନ୍ତି । ତେବେ ୨୦୧୮ ମସିହାରୁ ତାଙ୍କ ବାପା ତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଛନ୍ତି ।

ଏ ସଂପର୍କରେ ଯୁବତୀଜଣଙ୍କ ନିଜ ମା’, ମାମୁ ଓ ଦାଦାଙ୍କୁ କହିଥିଲେ ହେଁ ପରିବାରଲୋକ ତାଙ୍କୁ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । ଘର କଥା ବାହାରେ ପ୍ରଘଟ ନ କରିବାକୁ ସେମାନେ ତାଗିଦ୍ କରିଥିଲେ । ଏହି କଥାକୁ କେନ୍ଦ୍ର କରି ସୈତାନ୍ ବାପା ତାଙ୍କୁ ମାଡ଼ ମାରିବା ସହ ଦେହରେ ପେଜ ଢାଳି ଦେଇଥିଲା । ଗତ ଅଗଷ୍ଟ ୧୫ତାରିଖରେ ପୁଣିଥରେ ତାଙ୍କ ବାପା ଦୁଷ୍କର୍ମ ଉଦ୍ୟମ କରିବାରୁ ଯୁବତୀଜଣଙ୍କ ନିରୁପାୟ ହୋଇ ଭୁବନେଶ୍ୱର ଆସି ତାଙ୍କ ସାଙ୍ଗ ପାଖରେ ରହିଥିଲେ । ଅପରପକ୍ଷେ, ପରିବାରଲୋକ ତାଙ୍କୁ ଘରକୁ ଫେରି ଆସିବାକୁ ବାରମ୍ବାର ଧମକାଇଥିଲେ । ଶୀଘ୍ର ନ ଫେରିଲେ, ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ତେଣୁ ବାଧ୍ୟ ହୋଇ ଯୁବତୀଜଣଙ୍କ ଗତ ସେପ୍େଟମ୍ବର ୭ତାରିଖରେ ଏ ସଂପର୍କରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଥିବାରୁ ମହିଳା ଥାନା ମାମଲାକୁ ପଟ୍ଟାମୁଣ୍ଡାଇ ଥାନାକୁ ସ୍ଥାନାନ୍ତର କରିଥିଲା । ପଟ୍ଟାମୁଣ୍ଡାଇ ଥାନା ପୁଲିସ ଗତ ୧୪ତାରିଖ ଦିନ ଦୁଷ୍କର୍ମ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking