28.1 C
Bhubaneswar
Wednesday, December 4, 2024
Homeଓଡିଶା୩୨.୭୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କଲା ଏସ୍‌ଟିଏଫ୍‌

୩୨.୭୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ରାଜ୍ୟର କନ୍ଧମାଳ, ମାଲକାନଗିରି, ଅନୁଗୁଳ ଏବଂ କୋରାପୁଟ୍ ଜିଲ୍ଲାରୁ ଜବତ ହୋଇ ଥାନା ମାଲଖାନାରେ ଥିବା ୩୨ କୁଇଣ୍ଟାଲ ୭୦ କେଜି ଗଞ୍ଜେଇକୁ ଏସ୍‌ଟିଏଫ ପକ୍ଷରୁ ନଷ୍ଟ କରାଯାଇଛି । ଖୋର୍ଦ୍ଧା ସ୍ଥିତ ଟାଙ୍ଗିପଡ଼ିଆରେ ଜବତ ଗଞ୍ଜେଇ ବସ୍ତାକୁ ପୋଡ଼ି ନଷ୍ଟ କରାଯାଇଛି । ସେକ୍ସନ୍ ୫୨(ଏ) ଏନ୍‌ଡିପିଏସ୍ ଆକ୍ଟ ଆଧାରରେ ଏସ୍‌ଟିଏଫ ଏହାକୁ ନଷ୍ଟ କରିଛି । ଏସ୍‌ଟିଏଫ୍ ଏସ୍‌ପିଙ୍କ ନେତୃତ୍ତ୍ୱରେ ଡିଏସ୍‌ପି, ଖୋର୍ଦ୍ଧା ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ, ରାଜ୍ୟ ଫୋରେନ୍‌ସିକ ଲାବୋରେଟୋରୀର ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟଙ୍କ ଉପସ୍ଥିତିରେ ଗଞ୍ଜେଇ ପୋଡ଼ି ନଷ୍ଟ କରି ଦିଆଯାଇଥିଲା ।
ପ୍ରକାଶ ଯେ, ଗତ ଜୁନ୍ ମାସରେ ପ୍ରଥମ ଥର ଲାଗି ନିଶାଦ୍ରବ୍ୟ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ସାଢ଼େ ୮ କିଲୋ ବ୍ରାଉନସୁଗର ନଷ୍ଟ କରିଥିଲା ଏସ୍‌ଟିଏଫ୍ । ସେପଟେ ଗତ ୩ ବର୍ଷ ମଧ୍ୟରେ ଏସ୍‌ଟିଏଫ୍ ଓ ବିଭିନ୍ନ ଜିଲ୍ଲା ପୁଲିସ ଦ୍ୱାରା ୪୫୦୦ କୁଇଣ୍ଟାଲ ଗଞ୍ଜେଇ ଓ ୧୦୪ କିଲୋ ବ୍ରାଉନସୁଗର ଜବତ ହୋଇଛି । ବିଭିନ୍ନ କୋର୍ଟରେ ଏହି ମାମଲାଗୁଡିକ ବିଚାରାଧୀନ ରହିଛି । ବିଭିନ୍ନ ଥାନା ଓ କୋର୍ଟର ମାଲଖାନାରେ ଜବତ ନିଶାଦ୍ରବ୍ୟଗୁଡିକ ଗଚ୍ଛିତ ରଖାଯାଇଛି । ଏହାକୁ ମଧ୍ୟ ଖୁବ୍ ଶୀଘ୍ର ନଷ୍ଟ କରାଯିବ ବୋଲି ଜଣପାପଡ଼ିଛି । ଗତ ୩୧ ତାରିଖରେ ୯୮୦ କେଜି ଗଞ୍ଜେଇକୁ ନଷ୍ଟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking