28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୩୦ ଫୁଟ ଗଭୀର ନଦୀକୁ ଖସିଲା ବସ: ୭ ଶିଖ୍ ଶ୍ରଦ୍ଧାଳୁ ମୃତ, ୨୨ରୁ ଊର୍ଦ୍ଧ୍ୱ...

୩୦ ଫୁଟ ଗଭୀର ନଦୀକୁ ଖସିଲା ବସ: ୭ ଶିଖ୍ ଶ୍ରଦ୍ଧାଳୁ ମୃତ, ୨୨ରୁ ଊର୍ଦ୍ଧ୍ୱ ଆହତ 

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗ୍‌ରେ ଶନିବାର ଏକ ବସ୍ ନିୟନ୍ତ୍ରଣ ହରାଇ ପୋଲରୁ ୩୦ ଫୁଟ ଗଭୀର ନଦୀରେ ଖସିପଡ଼ିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ହଜାରିବାଗ୍‌ର ଶେଖ୍ ଭିକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ବସ୍‌ରେ ଥିବା ସମସ୍ତ ୫୨ ଜଣ ଶିଖ୍ ସମ୍ପ୍ରଦାୟର ଥିଲେ । ସେମାନେ ଗିରିଡ଼ିହରୁ ରାଞ୍ଚିର ରାତୁରୋଡ୍‌ସ୍ଥିତ ଗୁରୁଦ୍ୱାରରେ ଆୟୋଜିତ ଏକ ଧାର୍ମିକ କୀର୍ତ୍ତନରେ ଯୋଗଦେବା ପାଇଁ ଯାଉଥିଲେ । ହଜାରିବାଗର ସିୱାନେ ନଦୀରେ ଏହି ଦୁର୍ଘଟଣା ଘଟିଛି । ନଦୀରେ ପାଣି କମ୍ ଥିଲା । ବସ୍ ବଡିକୁ ଗ୍ୟାସ୍ କଟର୍‌ରେ କାଟି ବସ୍‌ରେ ଫସିଥିବା ଶବକୁ ବହୁ କଷ୍ଟରେ ବାହାର କରାଯାଇଥିଲା । ଡ୍ରାଇଭର ଏବଂ ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରିମ୍ସ ରେଫର୍ କରାଯାଇଛି । ଆହତଙ୍କୁ ହଜାରବାଗ ମେଡିକାଲ୍ କଲେଜ ନିଆଯାଇଥିବା ବେଳେ ସେଠାରେ ସୁପରିନ୍‌ଟେଣ୍ଡେଣ୍ଟ୍ କିମ୍ବା ଡେପୁଟି ସୁପରିନ୍‌ଟେଣ୍ଡେଣ୍‌୍ ପହଞ୍ଚି ନଥିଲେ । ପ୍ରଶାସନ ଗୁରୁତର ଆହତଙ୍କୁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଗିରିଡ଼ିହରୁ ଆସୁଥିବା ଶିବଶକ୍ତି ନାମକ ବସ୍‌ଟି ଟାଟି ଝରିଆର ସିୱାନେ ନଦୀ ପୋଲ ଉପରେ ଅନାଚକ ନିୟନ୍ତ୍ରଣ ହରାଇବା ସହ ବାରିକେଡ୍ ଭାଙ୍ଗି ନଦୀରେ ଖସିପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ମଧ୍ୟ ବ୍ରେକ୍ ଫେଲ୍ କାରଣରୁ ଏହା ଘଟିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking