କଟକ: ମଧୁପଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ଘର ଭିତରୁ ସାବତ ମା’ ଓ ଶିୁଶୁପୁତ୍ର ମୃତଦେହ ମିଳିବା ଘଟଣା। ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୁଲିସ ଗିରଫ କରିଛି । ଆଜି ସନ୍ତୋଷଙ୍କୁ ପୁଲିସ କୋର୍ଟ ଚାଲାଣ କରିବ । ମୃତ ପତ୍ନୀ ଶିଳ୍ପୀଙ୍କ ପରିବାର ଅଭିଯୋଗ ଆଧାରରେ ପୁଲିସ ସନ୍ତୋଷଙ୍କୁ ଗିରଫ କରିଛି । ଗତକାଲି ବନ୍ଦ ଘରୁ ଶିଳ୍ପୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଶିଶୁପୁତ୍ରକୁ ହତ୍ୟା କରିବା ପରେ ଶିଳ୍ପୀ ଆତ୍ମହତ୍ୟା କରିଥିବା କୁହାଯାଉଥିଲା ।
ସୂଚନା ଥାଉକି ପ୍ରଥମ ପତ୍ନୀଙ୍କ ଅଢେଇ ବର୍ଷର ପୁଅକୁ ଶିଳ୍ପୀ ନିଜର ପୁଅ ପରି ଲାଳନପାଳନ କରୁଥିଲେ । ତେବେ ପାରିବାରିକ ବିବାଦରୁ ଉଭୟଙ୍କ ଭିତରେ କଳିଝଗଡା ଲାଗି ରହୁଥିଲା । ସନ୍ତୋଷ ସବୁବେଳେ ଶିଳ୍ପୀଙ୍କୁ କାଳେ ନିର୍ଯାତନା ଦେଉଥିଲେ । ଏମିତିକି ସନ୍ତୋଷଙ୍କ ନିର୍ଯାତନା ଯୋଗୁଁ ଶିଳ୍ପୀ ଚାକିରି ଛାଡିଥିବା କୁହାଯାଉଛି । ପରେ ଶିଳ୍ପୀ ପୁଣି ଏକ ସଂସ୍ଥାରେ ଚାକିରି କରିବାକୁ ନେଇ ରବିବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ସେହି ବଚସା ନେଇଯାଇଥିଲା ସାବତ ମା’ ଓ ନିରୀହ କୁନି ପୁଅର ଜୀବନ ।