ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବିଜନୋରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଦୁଇ ଭଉଣୀଙ୍କୁ ଗଳା କାଟି ହତ୍ୟା କରିଛି ସାବତ ଭଉଣୀ। ସୂଚନା ଅନୁସାରେ, ପ୍ରତେକ ଦିନ ବଡ ଭଉଣୀ ଘର କାମ କରି କରି ବିରକ୍ତ ହୋଇପଡ଼ିଥିଲା। ସେପଟେ ସାବତ ମା ଏପରି ଦୁଇ ସାବତ ଭଉଣୀ ମାନଙ୍କର ମଧ୍ୟ ସେବା କରିବାକୁ ପଡୁଥିଲା। ତେଣୁ ସେ ଚିନ୍ତା କରିଥିଲା ବାଟରୁ ତାର ଦୁଇ ଭଉଣୀକୁ ହଟାଇ ଦେବ ତେଣୁ ଦୁଇ ଭଉଣୀ ରାତିରେ ଏକାଠି ଶୋଇଥିବା ବେଳେ ସେମାଙ୍କର ଗଳା କାଟି ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା ବଡ ଭଉଣୀ। ତେବେ ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୋଠରୀରେ ଥିବା ଖଟ ଉପରେ ଉଭୟ ଭଉଣୀଙ୍କ ଶବ ପଡ଼ିଥିଲା। ଏହାପରେ ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ଏହାପରେ ପୋଲିସ ବଡ ଭଉଣୀକୁ ଗିରଫ କରିବା ସହ ଘଟଣା ବାବଦରେ ଅଧିକ ପଚରାଉଚରା କରୁଛି।