14.1 C
Bhubaneswar
Monday, January 12, 2026
Homeଓଡିଶାନୀଳାଚଳ ଇସ୍ପାତ ସମ୍ପ୍ରସାରଣ

ନୀଳାଚଳ ଇସ୍ପାତ ସମ୍ପ୍ରସାରଣ

ଯାଜପୁର: ଯାଜପୁରର ଶିଳ୍ପ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଜାତୀୟ ଲଙ୍ଗ ପ୍ରୋଡକ୍ଟ ଇସ୍ପାତ ଉତ୍ପାଦ ବଜାରରେ ଜିଲ୍ଲକୁ ଏକ ପ୍ରମୁଖ ସ୍ଥାନ ଭାବରେ ଗଢିତୋଳିବା ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଏହାର କ୍ଷମତାକୁ ବାର୍ଷିକ ୧ ନିୟୁତ ଟନରୁ ବାର୍ଷିକ ୯.୫ ନିୟୁତ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଏହି ସମ୍ପ୍ରସାରଣ ଯୋଜନାରେ ସାମିଲ କରାଯାଇଛି। ଯାଜପୁର ଜିଲ୍ଲାର ଡୁବୁରିଠାରେ ଥିବା ଏହି ଇସ୍ପାତ କାରଖାନାର ସମ୍ପ୍ରସାରଣ ଯୋଜନା ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜଳ ବ୍ୟବହାର ପାଇଁ ଏକ ନୂତନ ବେଞ୍ଚମାର୍କ ସୃଷ୍ଟି କରିବ। ଟନ ଅଫ କୃଡ ଷ୍ଟିଲ (ଟିସିଏସ୍‌)ର ବର୍ତ୍ତମାନର ଜଳ ବ୍ୟବହାର କୁ ଆଧାର କରି, ସମ୍ପ୍ରସାରଣ ପରେ ଆନୁମାନିକ ବ୍ୟବହାର କ୍ୟୁବିକ ମିଟର୨.୬୬ ମିଗ୍ରା/ଟିସିଏସ୍ ହେବ, ଯାହା କି ଶିଳ୍ପରେ ସର୍ବନିମ୍ନ ସ୍ତରକୁ (ପ୍ରାୟ ୧.୮୪) ପ୍ରତିଶତ ହ୍ରାସ ପାଇବ। ଏଥିରେ ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ (ଜେଡ୍‌ଏଲ୍‌ଡି) ଏବଂ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଉତ୍ପାଦନ କ୍ଷମତାରେ ଦଶ ଗୁଣ ବୃଦ୍ଧି ହେତୁ, ଏନଆଇଏନଏଲ୍ ପ୍ଲାଣ୍ଟରେ ସାମଗ୍ରିକ ଜଳ ବ୍ୟବହାର ଘଣ୍ଟାପ୍ରତି ୪୦୦ କ୍ୟୁବିକ ମିଟର ଏମ୩ /ଘଣ୍ଟାରୁ ୪,୬୦୦ ଏମ୩/ଘଣ୍ଟାକୁ ବୃଦ୍ଧି ପାଇଥାଏ। ଉତ୍ପାଦନ ପ୍ରକ୍ରିୟା ରେ ବାଷ୍ପୀକରଣ, ଲିକ୍ ଆଦି କାରଣରୁ ନଷ୍ଟ ହେଉଥିବା ପାଣିକୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଏଥିରେ ଉଲ୍ଲେଖ ନୀୟ ଉନ୍ନତି ଆଣିବା ପାଇଁ ଏନ୍‌ଆଇଏନ୍‌ଏଲ୍ ଉନ୍ନତ ଜଳ ସଂରକ୍ଷଣ ପାଇଁ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯିବଏନ୍‌ଆଇଏନ୍‌ଏଲ୍ ର ସମ୍ପ୍ରସାରିତ କ୍ଷମତା ପାଇଁ ନିକଟସ୍ଥ ଜଳଉତ୍ସରୁ ଜଳ ସଂଗ୍ରହ କରାଯିବ। ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ବର୍ତ୍ତମାନର ଭିତ୍ତିଭୂମି ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛିି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡଲାଇନ ଅନୁଯାୟୀ ଅତିରିକ୍ତ ଜଳ ନିଷ୍କାସିତ ହେବ। ବର୍ଷା ଜଳର ବ୍ୟାପକ ବ୍ୟବହାର କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରକଳ୍ପ ଭୂତଳ ଜଳ ନିଷ୍କାସନ ଉପରେ ନିର୍ଭର କରିବ ନାହିଁ। ଏହି ଯୋଜନାରେ ଜିରୋ ଲିକ୍ୱିଡ୍ ଡିସଚାର୍ଜ (ଜେଡଏଲଡି) ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ହେବ। ପ୍ଲାଣ୍ଟରେ ବ୍ୟବହୃତ ପାଣିକୁ ପୁନଃବ୍ୟବହାରଯୋଗ୍ୟ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜିନିବେଶ କରିବ। ମୂଲ୍ୟବାନ ପ୍ରାକୃତିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଉପରେ ଏନ୍‌ଆଇଏନ୍‌ଏଲ୍ ସର୍ବଦା ଗୁରୁତ୍ୱ ଦେଇଆସୁଛି। ଏନ୍‌ଆଇଏନ୍‌ଏଲ୍ ଏହାର ପରିବେଶ ପ୍ରଭାବଗତ ପରିବେଶ ପ୍ରଭାବ ହ୍ରାସ କରିବା ଏବଂ ଉପଲବ୍ଧ ସମ୍ବଳର ସଠିକ ବ୍ୟବହାର କରିବା ପାଇଁ ଗୁରୁତ୍ୱାରୋପ କରୁଛି। ଏହି ସବୁ ପଦକ୍ଷେପ ୨୦୪୫ ସୁଦ୍ଧା ଟାଟା ଷ୍ଟିଲର ନେଟ ଜିରୋ ଲକ୍ଷ ପୂରଣ କରିବା ସହଯୋଗ ପ୍ରଦାନ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking