31.1 C
Bhubaneswar
Friday, June 13, 2025
Homeଓଡିଶାସାରା ରାଜ୍ୟରେ ବୁଲିବ ସାଇବର ସଚେତନତା ରଥ; ଆଜି ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ସାରା ରାଜ୍ୟରେ ବୁଲିବ ସାଇବର ସଚେତନତା ରଥ; ଆଜି ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର : ବୁଲିବ ସାଇବର ସଚେତନତା ରଥ। ୩୦ ଟି ଜିଲ୍ଲାରେ ବୁଲିବାକୁ ଥିବା ଏହି କ୍ୟାମ୍ପେନରେ ସାମିଲ ହେବେ ମିଶନ ଶକ୍ତି ସଦସ୍ୟା, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜିଠୁ ଅକ୍ଚୋବର ୧୫ ତାରିଖ ଯାଏ ଚାଲିବ ଅଭିଯାନ । ସାଇବର ଅପରାଧୀଙ୍କ କବଳରୁ ମୁକୁଳିବେ କେମିତି ? ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ କ’ଣ କରିବେ ? ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ କରାଯିବ ସଚେତନ । ୩୦ ଜିଲ୍ଲାର ବ୍ଲକ ସ୍ତରରେ କରାଯିବ ସାଇବର ସେଫ୍ ଟି କ୍ୟାମ୍ପେନ । ୨୦୧୮ ରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ସଚେତନତା ପଦକ୍ଷେପ ‘ ପରୀ ପାଇଁ କଥା ଟିଏ’ ଅଭିଯାନରେ ସଫଳତା ପରେ ଅଦୃଶ୍ୟ ଠକଙ୍କୁ ସାବାଡ଼ କରିବାକୁ ଆରମ୍ଭ ହୋଇଛି ଆଉ ଏକ ନିଆରା ପ୍ରୟାସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking