27.1 C
Bhubaneswar
Sunday, September 8, 2024
Homeଓଡିଶାବୀମା ରାଶି ବୃଦ୍ଧି ଓ ପେନସନ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଓୟୁଜେ

ବୀମା ରାଶି ବୃଦ୍ଧି ଓ ପେନସନ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଓୟୁଜେ

ଭୁବନେଶ୍ୱର: ସାମ୍ବାଦିକ ବୀମା ରାଶି ବୃଦ୍ଧି ଓ ପେନସନ ଲାଗୁ ଆଦି ଦାବିକୁ ନେଇ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଆଜି ୟୁନିଅନ୍ର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟମାନଙ୍କର ଏକ ବୈଠକରେ ବୀମାରାଶିକୁ ୨ ଲକ୍ଷ ଟଙ୍କାରୁ ୨୦ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରିବା ସହ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସକୁ ଅନ୍ୟୁନ ୨୦ ହଜାର ଟଙ୍କାର ପେନସନ ପ୍ରଦାନ କରିବା, ଦୀର୍ଘ ବର୍ଷଧରି ଶୀତଳଭଣ୍ଡାର ରେ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନର୍ଗଠନ କରିବା ଓ କରୋନା ସମୟରୁ ବାତିଲ ହୋଇଯାଇଥିବା ରେଳ ଯାତ୍ରା ରିହାତି ବ୍ୟବସ୍ଥାର ପୁନଃ ପ୍ରଚଳନ ଦାବିରେ ସାରା ରାଜ୍ୟରେ ଓ ୟୁ ଜେ ସମାବେଶ ଓ ଧାରଣାର ଆୟୋଜନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେଥିସହିତ ବିଧାନସଭାର ଆଗାମୀ ଅଧିବେଶନ କାଳରେ ଏହିସବୁ ଦାବିକୁ ନେଇ ସମୂହ ଧାରଣା ଦିଆଯିବ ବୋଲି ସ୍ଥିର ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ସମସ୍ତ ସମଭାବାପନ୍ନ ସାମ୍ବାଦିକ ସଂଘଗୁଡ଼ିକ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ,ଉପ ସଭାପତି ରାଜେଶ୍ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ,ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ପ୍ରମୋଦ ସାମନ୍ତରାୟ,ସୁରେଶ କୁମାର ଦାସ,ବରିଷ୍ଠ ସଦସ୍ୟ,ପରୀକ୍ଷିତ ବିଶ୍ୱାଳ,ରାମନାରାୟଣ ଶତପଥୀ,ଆଦିତ୍ୟ ମେକାପ, ଚିନ୍ମୟ ମହାପାତ୍ର, ରଞ୍ଜିତ ପାଢ଼ୀ ଓ ପୃଥ୍ୱୀରାଜ ସାହୁ ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking