22.1 C
Bhubaneswar
Wednesday, January 29, 2025
Homeଓଡିଶାରାଜ୍ୟବାସୀଙ୍କୁ ସତର୍କ କରାଇଲେ ସରକାର; ହକି ବିଶ୍ୱକପ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ରାଜ୍ୟବାସୀଙ୍କୁ ସତର୍କ କରାଇଲେ ସରକାର; ହକି ବିଶ୍ୱକପ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ କରୋନା ଫାଇଟକୁ ନେଇ ଆହୁରି ତତ୍ପରତା ଦେଖାଇଛନ୍ତି । ମହାମାରୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସେହିପରି ଆସନ୍ତା ବର୍ଷ ରାଜ୍ୟରେ ହକି ବିଶ୍ୱକପ ଆୟୋଜନ ହେବାକୁ ଥିବା ବେଳେ ଏଥିପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ଆଣେଇଛନ୍ତି ।

ସୂଚନା ଅନୁସାରେ, ଏବେ ରାଜ୍ୟରେ ଦିନକୁ ୧୫ କେସ, ହସ୍ପିଟାଲରେ ୫୪ ରୋଗୀ ରହିଛନ୍ତି । ୩ଟି ପ୍ରମୁଖ ମେଡିକାଲ କଲେଜରେ ୨୦ଟି ଲେଖାଏଁ ବେଡ ପ୍ରସ୍ତୁତ ରହିଥିବା ଜାଣିବାକୁ ମିଳିଛି । ତେବେ ପରିସ୍ଥିତିକୁ ନଜରରେ ରଖି ବେଡ ସଂଖ୍ୟାରେ ବୃଦ୍ଧି କରାଯାଇପାରେ । ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ୨୭ ତାରିଖରେ ମକ୍ ଡ୍ରିଲ କରାଯିବ । ରୋଗୀ ସଂଖ୍ୟା ବୃଦ୍ଧି ପାଇଲେ କିଭଳି ଚିକିତ୍ସା ସେବା ସୁରୁଖୁରୁରେ ପ୍ରଦାନ କରାଯାଇ ପାରିବ ସେ ନେଇ ଏହି ମକ୍ ଡ୍ରିଲ କରାଯିବ ବୋଲି ଜଣାଯାଇଛି ।

ସେହିପରି ହକି ବିଶ୍ୱକପ-୨୦୨୩ ପାଇଁ ୩ଟି ସହରରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ । ଭୁବନେଶ୍ୱର, ରାଉରକେଲା ଏବଂ କଟକ ପାଇଁ ଅଧିକ ୩ଟି ଗାଡି ରହିବ ବୋଲି କୁହାଯାଇଛି । ଏପରିକି ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ୩ଟି ସହରର ସମସ୍ତ ୟୁପିଏଚସି ଏବଂ ୟୁସିଏଚସିରେ ଆଣ୍ଟିଜେନ ଏବଂ ଆରଟିପିସିଆର ଟେଷ୍ଟିଂ ବ୍ୟବସ୍ଥା କରିବା ନେଇ ଯୋଜନା କରିଛନ୍ତି ରାଜ୍ୟ ସରକାର । ସମସ୍ତ ହସ୍ପିଟାଲ ସାମନାରେ କୋଭିଡ ଟେଷ୍ଟିଂ ଉପଲବ୍ଧ ଲେଖା ମଧ୍ୟ ଲଗାଯିବ । ଯାହାଦ୍ୱାରା ସାଧାରଣ ଲୋକେ ଏହାକୁ ଖୁବ ସହଜରେ ଚିହ୍ନଟ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking