26.1 C
Bhubaneswar
Tuesday, September 17, 2024
Homeଓଡିଶାରାଜ୍ୟ ସରକାର ଲାଗୁ କଲେ ଏସ୍‌ମା; ୬ ମାସ ପାଇଁ ସ୍ୱାସ୍ଥ୍ୟସେବା ସହ ଜଡ଼ିତ କର୍ମଚାରୀଙ୍କ...

ରାଜ୍ୟ ସରକାର ଲାଗୁ କଲେ ଏସ୍‌ମା; ୬ ମାସ ପାଇଁ ସ୍ୱାସ୍ଥ୍ୟସେବା ସହ ଜଡ଼ିତ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରୋକ୍‌

ଭୁବନେଶ୍ବର: ରାଜ୍ୟ ସରକାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ (ଏସ୍‌ମା) ଲାଗୁ କରିଛନ୍ତି। ଏନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏସ୍‌ମା ଲାଗୁ ହୋଇଯିବା ପରେ ସରକାରୀ ସ୍ଵାସ୍ଥ୍ୟସେବାରେ ନିୟୋଜିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ କର୍ମଚାରୀ ଓ ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ। ସେହିପରି ରାଜ୍ୟ ସରକାରଙ୍କ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକଙ୍କ ପାଇଁ ମଧ୍ୟ ଏସ୍‌ମା ଲାଗୁ ହୋଇଛି। ରାଜ୍ୟ ସରକାର ଏହି ଆଇନ ଆଜିଠାରୁ ଆଗାମୀ ୬ ମାସ ପାଇଁ ଲାଗୁ କରିଛନ୍ତି। ଫଳରେ ସରକାରୀ ଅନୁଦାନପ୍ରାପ୍ତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହା ଲାଗୁ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସ୍‌ମା ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking