29.1 C
Bhubaneswar
Saturday, July 27, 2024
Homeଓଡିଶାଧର୍ତ୍ତବ୍ୟ ଅପରାଧ ମାମଲା ଆପୋଷ ବୁଝାମଣାରେ ରଦ୍ଧ ହେବ ନାହିଁ-ହାଇକୋର୍ଟ

ଧର୍ତ୍ତବ୍ୟ ଅପରାଧ ମାମଲା ଆପୋଷ ବୁଝାମଣାରେ ରଦ୍ଧ ହେବ ନାହିଁ-ହାଇକୋର୍ଟ

କଟକ: ବଡ ଧରଣର ଅପରାଧ ବା ଧର୍ତ୍ତବ୍ୟ ଅପରାଧ ମାମଲା ଆପୋଷ ବୁଝାମଣାରେ ରଦ୍ଦ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଶୁଣାଣାଇଛନ୍ତି । ୨୧ ବର୍ଷ ତଳେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାକୁ ଆପୋଷ ବୁଝାମଣା କରିବା ଲାଗି ହୋଇଥିବା ଆବେଦନକୁ ବିଚାର କରି ବିଚାରପତି ଜି.ଶତପଥି ଗତ ୨୩ ତାରିଖରେ ଏହି ରାୟ ପ୍ରଦାନ କରିଛନ୍ତି । ଏସଂକ୍ରାନ୍ତରେ ଅଦାଲତ କହିଛନ୍ତି ଯେ ଏଭଳି ମାମଲାକୁ ରଦ୍ଦ କରାଗଲେ ସମାଜ ଉପରେ କୁପ୍ରଭାବ ପକାଇବ । ଏଣୁ ଏଭଳି ଆବେଦନକୁ ରଦ୍ଦ କରାଯାଇ ପାରିବ ନାହିଁ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଠ କରିଛନକ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୨୦୦୧ ମସିହା ସେପ୍ଟେମ୍ବର୨ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରେ ଶଶିକଳା ସାହୁ ଏତଲା ଦାୟର କରିଥିଲେ । ତାଙ୍କ ସ୍ୱାମୀ ବାଙ୍କସାହି ନିକଟସ୍ଥ ଘୋସରା ଠାରେ ତାଙ୍କ ପୁଅକୁ ଅପେକ୍ଷା କରିଥିଲା ବେଳେ ନଟବର ବେହେରା ଏକ ଖଣ୍ଡାରେ ଆକ୍ରମଣ କରିଥିଲା । ଫଳରେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ପୁଲିସ ଏ ବାବଦରେ ତଦନ୍ତ କରି ଚାର୍ଜ ସିଟ୍ ଦାଖଲ କରିଥିବା ବେଳେ ନିମ୍ନ ଅଦାଲତରେ ମାମଲା ଶୁଣାଣି ଚାଲିଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ଶଶିକଳାଙ୍କ ପରିବାର, ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ଓ ନଟବର ବେହେରାଙ୍କ ମଧ୍ୟରେ ଆପୋଷ ବୁଝମଣା ହୋଇଥିଲା । ତେବେ ନଟବରଙ୍କ ବିରୋଧରେ ହୋଇଥିବା ଫୌଜଦାରୀ ମୋକଦ୍ଦମାକୁ ରଦ୍ଧ କରିବା ପାଇଁ ହାଇକୋର୍ଟରେ ସେ ପ୍ରାର୍ଥନା କରିଥିଲେ । ମାତ୍ର ମାନ୍ୟବର ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ସହି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking