30.1 C
Bhubaneswar
Thursday, May 8, 2025
Homeଓଡିଶାଆସନ୍ତା  ଏପ୍ରିଲ ୨୮ରେ ରାଜ୍ୟ କଂଗ୍ରେସ ପାଳିବ ସମ୍ବିଧାନ ବଞ୍ଚାଅ ଦିବସ  

ଆସନ୍ତା  ଏପ୍ରିଲ ୨୮ରେ ରାଜ୍ୟ କଂଗ୍ରେସ ପାଳିବ ସମ୍ବିଧାନ ବଞ୍ଚାଅ ଦିବସ  

ଭୁବନେଶ୍ଵର:  ସଡ଼କରୁ ନେଇ ସଂସଦ ଯାଏଁ ଭାରତୀୟ ଜାତୀୟ କଂଗ୍ରେସ ଏବଂ ନେତା ମାନ୍ୟବର ରାହୁଲ ଗାନ୍ଧୀଜୀ ଜାତିଗତ ଜନଗଣନା ତଥା ଦେଶର ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗଙ୍କୁ ତାଙ୍କର ନାଯ୍ୟ ଦାବି ପାଇଁ ଲଢ଼େଇ କରୁଥିବା ବେଳେ ଆକ୍ରୋଶମୂଳକ ଭାବେ ମୋଦି ସରକାର ଭଡି ଦ୍ବାରା ତାଙ୍କୁ ହଇରାଣ କରି ତାଙ୍କର ମନୋବନକୁ ଭାଙ୍ଗିବାପାଇଁ ଯେଉଁ ରାଜନୈତିକ ଷଡ଼ଯନ୍ତ୍ର କରୁଛନ୍ତି ସେଥରେ ସେ କେବେ ସଫଳ ହେବେ ନାହିଁ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ ପ୍ରଭାରୀ ଅଜୟ କୁମାର ଇଲୁ ଏବଂ ବିଧାୟକ ଦଳ ନେତା ରାମଚନ୍ଦ୍ର କାଳାମ ଓ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ କହିଥିଲେ ଯେ ରାଜ୍ୟରେ ସମ୍ବିଧାନ ଦିବସ ପାଳନ କରିବାପାଇଁ ରାଜଧାନୀରୁ ନେଇ ଗାଁ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ।

ଓଡ଼ିଶାରେ ମୟୂରଭଞ୍ଜ ଜିଲ୍ଲା ସମେତ ଅନ୍ୟ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିଜେପିର କମ୍ପାନା ପ୍ରୀତି ପାଇଁ ସାଧାରଣ ଆଦିବାସୀଙ୍କର ଭିଟାମାଟି ଏବଂ ଜଙ୍ଗଲ, ଜନ, ଜମି ହଡ଼ପ କରିବାପାଇଁ କରାଯାଉଥିବା ଚକ୍ରାନ୍ତ ବିରୁଦ୍ଧରେ ରାଜ୍ୟ କଂଗ୍ରେସ କୋରଦାର ଆରମ୍ଭ କରିବ। ଓଡ଼ିଶା ଫରେଷ୍ଟ ଆଇନ ଅନୁସାରେ ଆଦିବାସୀ ମାନଙ୍କୁ ଜମିପଟ୍ଟା ଦେବାର ବ୍ୟବସ୍ଥା ଥିବା ବେଳେ ବିଜେପି ସରକାର ତାଙ୍କର ଜମି ହଡ଼ପ କରିବା ଅତ୍ୟନ୍ତ ନିନ୍ଦନିୟ । ଭାରତ ବର୍ଷର ମହାମହୀମ ରାଷ୍ଟ୍ରପତି ନିଜେ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେହି ଜିଲ୍ଲାରେ ଆଦିବାସୀ ମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ଓ ଅବିଚାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର କମିବାର ନାଁ ଧରନାହିଁ ଏବଂ ଏଥୁପାଇଁ ରାଜ୍ୟ ବିଜେପି ସରକାରର ଉଦାସୀନତା ହିଁ ଦାୟୀ। ରାଜ୍ୟ ପ୍ରଭାରୀ ଶ୍ରୀ ଅଜୟ କୁମାର ଭଲୁ କରିଥିଲେ ଯେ ଆସନ୍ତା ଏପ୍ରିଲ ୨୮ରେ ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରାଯିବା ସହିତ ଆସନ୍ତା ମେ ମାସ ୩ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏ କାର୍ଯ୍ୟକ୍ରମ କରାଯିବ।

ମେ ମାସ ୧୧ ତାରିଖରୁ ୧୭ ତାରିଖ ଯାଏଁ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏ କାର୍ଯ୍ୟକ୍ରମକୁ ପାଳନ କରାଯିବ ସହିତ ମେ ମାସ ୨୦ ତାରିଖରୁ ୩୦ ତାରିଖ ଯାଏଁ କଂଗ୍ରେସ କାର୍ଯ୍ୟକର୍ରା ଓଡ଼ିଶାର ପ୍ରତ୍ୟେକ ଗାଁର ଘରକୁ ଘର ଯାଇ ସମ୍ବିଧାନ ବଞ୍ଚାଅ ଦିଦସ ପାଳନ କରିବା ସହିତ ଲୋକଙ୍କ ପାଖକୁ ଯାଇ ତାଙ୍କର ନାର୍ଯ୍ୟ ଦାବି ଏବଂ ଅଧୁକାର ସମ୍ପର୍କରେ ସଚେତନ କରାଇବେ । ଓଡ଼ିଶା ତଥା ସମଗ୍ର ଦେଶରେ ଦଳିତ, ଆଦିବାସୀ ଏବଂ ଓବିସି ବର୍ଗଙ୍କୁ ତାଙ୍କର ଦାଟି ଏବଂ ଅଧିକାର ପାଇଁ କଂଗ୍ରେସ ଦଳ ଏବଂ ଆଦରଣୀୟ ବିରୋଧ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ଚେଷ୍ଟା ଏବଂ ସରକାର ସହିତ ଦାବି ପୂରଣ ପାଇଁ ଅହରହ ସଂଗ୍ରାମ ହେତ୍ର ଆକ୍ରୋଶମୂଳକ ଭାବରେ ତାଙ୍କୁ ଟାର୍ଗେଟ କରି ଇଦି ଦ୍ୱାରା ମିଛ କେସରେ ହଇରାଣ କରାଇବାର ଯେଉଁ ପ୍ରଚେଷ୍ଟା ମୋଦି ସରକାର କରୁଛନ୍ତି ସେଥିରେ ସେ କେବେହେଲେ ସଫଳ ହେବେନାହିଁ। ଓଡ଼ିଶାରେ ଦଳିତ, ଆଦିବାସୀ ଏବଂ ଓଡିସି ବର୍ଗଙ୍କୁ ପୂର୍ବ ନିଜେଡ଼ି ସରକାର ଏବଂ” ବର୍ତମାନର ବିଜେପି ସରକାର କ୍ରମାଗତ ଭାବରେ ଅବହେଳା ପ୍ରଦର୍ଶନ କରୁଛନ୍ତି ।

ତାହାର ଉଦାହରଣ ଦେଇ ସେ କହିଥିଲେ-ଓଡ଼ିଶାରେ ଓଡିସିସି ବର୍ଗଙ୍କ ଜନସଂଖ୍ୟା ୫୪ ପ୍ରତିଶତ ଥିବା ବେଳେ ରୋଜଗାର କରୁଥିବା ସଂଖ୍ୟା ମାତ୍ର ୧୧.୨୫ ପ୍ରତିଶତା ମଣ୍ଡଳ କମିଶନଙ୍କ ସୁପାରିଶ ଅନୁସାରେ ୨୭ ପ୍ରତିଶତ ଆରକ୍ଷଣର ବ୍ୟବସ୍ଥା କରାଯିବା ସ୍ଥଳେ ତାହା ଯଥେଷ୍ଟ କମ ରହିଛି ଏବଂ ଶିକ୍ଷା କ୍ଷେତ୍ରରେ ଶୂନ ପ୍ରତିଶତ ଆରକ୍ଷଣର ସୁବିଧା ଦିଆଯାଇଛି । ସମାନ ଭାବରେ ଦଳିତ ଆଦିବାସୀଙ୍କ ଜନସଂଖ୍ୟା ଓଡ଼ିଶାରେ ୪୦ ପ୍ରତିଶତ ଥିଲେ।

ମଧ୍ୟ ରୋଜଗାର କ୍ଷେତ୍ରରେ ମାତ୍ର ୩୮.୭୫ ପ୍ରତିଶତ ଆରକ୍ଷଣର ବ୍ୟବସ୍ଥା ଅଛି । ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସରକାର ଥିବା ସମୟରେ ଓଦିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣର ସୁବିଧା ଥିଲା ଜିନ୍ତୁ ୨୦୦୭ ମସିହା ପରେ ବିଜେଡ଼ି ସରକାର ସମୟରେ ତାଙ୍କୁ ଉଚ୍ଛେଦ କରାଗଲା । ବର୍ତମାନ ମଧ୍ୟ ଓଡ଼ିଶାର ବିଜେପିର ଡବଲ ଇଞ୍ଜିନ ସରକାର ଆସିଲାପରେ ଓବିସି ବର୍ଗଙ୍କ ପ୍ରତି କୁମାଗତ ଅବିଚାର ହୋଇଚାଲିଛି | ତେଲେଙ୍ଗାନାରେ ଓବିସି ବର୍ଗଙ୍କ ଜନସଂଖ୍ୟା ୫୨ ପ୍ରତିଶତ ଥିଲା ବେଳେ ଆରକ୍ଷଣ ୪୦ ପ୍ରତିଶତ ଏବଂ ଶିକ୍ଷା କ୍ଷେତ୍ରରେ ୨୯ ପ୍ରତିଶତ ଏବଂ କର୍ଣାଟକରେ ୫୪ ପ୍ରତିଶତ ଓଳିସିଙ୍କ ପାଇଁ ୩୨ ପ୍ରତିଶତର ଆରକ୍ଷଣ ବ୍ୟବସ୍ଥା ଅଛି। ଏ ସାମଜିକ ଅସମାନତା ବିରୁଦ୍ଧରେ ସାମାଜିକ ନ୍ୟାୟର ଜଳରା ଦେଇଥିବା ଶ୍ରୀ ରାହୁଲ ଗାନ୍ଧୀଳୀଙ୍କୁ ମୋଦି ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସମାସର ପ୍ରତ୍ୟେକ ବର୍ଗର ଲୋକ ଆଗକୁ ଆସିବେ ଏବଂ ସଠିକ ଜବାଦ ଦେବେ ।

ବିଧାୟକ ଦଳ ନେତା କାମ ଚନ୍ଦ୍ର କାକାମ କହିଲେ ଯେ ଓଡ଼ିଶାରେ କଟଲ ଇଞ୍ଜିନ ସରକାରରେ ଆଦିବାସୀମାନେ ସଂପୂର୍ଣ ଭାବରେ ଅସୁରକ୍ଷିତ। ପେଷା ଆଇନ ସମଗ୍ର ଦେଶରେ ଅନେକ ରାଜ୍ୟରେ ଲାଗୁ ହୋଇସାରିଥିଲେ ମଧ୍ୟ ଓଡ଼ିଶାରେ ବିଜେପି ସରକାର ଜାଣିଶୁଣି ଏ ଆଇନକୁ ଲାଗୁ କରୁନାହିଁ । ଓଡ଼ିଶା ଭାରତ ବର୍ଷର ଦ୍ଵିତୀୟ ସର୍ବାଧ‌ିକ ଆଦିବାସୀ ବହୁନ ରାଜ୍ୟ ହୋଇଥିଲେ ମଧ୍ୟ ପେଷା ଆଇନକୁ ଏଠି ଲାଗୁ ନକରିବା ଏବଂ ଆଦାନୀକୁ ନଗର, ଜମି, ଜନ ଟେକିଦେବା ବିରୁଦ୍ଧରେ କଗ୍ରେସ ବିଧାନସଭା ସହିତ ଓଡ଼ିଶାର ପ୍ରତ୍ୟେକ ଗାଁରେ ଏ କଥାକୁ ନେଇ ଲୋକଙ୍କ ପାଖକୁ ଯିବ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହୋଇ ମଧ୍ୟ ଆଦିବାସୀ ମାନଙ୍କ ସ୍ୱାର୍ଥ ରକ୍ଷାପାଇଁ କୌଣସି କାର୍ଯ୍ୟ ଛାତକୁ ନ ନେତା ଅତ୍ୟନ୍ତ ନିନ୍ଦନୀୟ। ମୟୂରଭଞ୍ଜର ରାଇରଙ୍ଗପୁରରେ ଆଦନା କରୁଥିବା ଏୟାରଷ୍ଟ୍ରିପ ପାଇଁ କୌଣସି ଗ୍ରାମ ସଭା ନକରି ସାଧାରଣ ଆଦିବାସୀଙ୍କ ଘରଦ୍ଵାର ଲାଗିବା ଏବଂ ଜଙ୍ଗଲଜମି କମ୍ପାନୀ ହାତକୁ ଟେକିଦେବା ସଂପୂର୍ଣ୍ଣ ଭାବରେ ବେଆଇନ ଅଟେ । ଆଦିବାସୀଙ୍କ ଉପରେ ହେଉଥିବା ସରକାରୀ ଆକ୍ରମଣ ବିରୁଦ୍ଧରେ କଂଗ୍ରେସ ସେହି ଅଂଚଳରେ ଜୋରଦାର ଆନ୍ଦୋଳନ କରିବା ସହିତ ତାଙ୍କର ସ୍ୱାର୍ଥରକ୍ଷା କରିବା ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟକ୍ରମ ହାତକୁ ନେବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking