27.1 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟ କ୍ୟାବିନେଟ୍ ବୈଠକ ; ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍ ବୈଠକ ; ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ କାଳିଆ ଯୋଜନା, ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା, ଶିକ୍ଷକଙ୍କୁ ୭ମ ବେତନ ଆଧାରରେ ଦରମା ଆଦି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ ବୈଠକରେ କୃଷକମାନଙ୍କ କଲ୍ୟାଣ ନିମନ୍ତେ କାଳିଆ ହିତାଧିକାରୀଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହା ସହ ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି । ତେବେ ବର୍ତ୍ତମାନ କିନ୍ତୁ କାଳିଆ ଯୋଜନାରେ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ ଯାହା ସମୁଦାୟ ୧୪ ହଜାର ୫୦୦ ଟଙ୍କା । ସେହିଭଳି କାଳିଆ ଛାତ୍ରବୃତ୍ତି ଅବଧି ମଧ୍ୟ ୩ ବର୍ଷ ବଢ଼ିଛି । ଗ୍ରାମପଞ୍ଚାୟତ ଭିଏଲଡ଼ବ୍ଲୁଙ୍କ ପଦୋନ୍ନତି, ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି, ନୂଆ-ଓ ଯୋଜନା ପାଇଁ ୩୧୫ କୋଟିର ପାଣ୍ଠି, ଓଡ଼ିଶାରେ ନାସନାଲ ସ୍କିଲ ଟ୍ରେନିଂ ସେଣ୍ଟର ପାଇଁ ଜଟଣୀରେ ୭ ଏକର ୮୧୮ ଡେସିମିଲ ଜାଗା ପ୍ରିମିୟମ ଫ୍ରି’ରେ ଜମି ଯୋଗାଇଦେବା ପ୍ରସ୍ତାବକୁ ମଞ୍ଜୁରୀ । ଆହୁରି ମଧ୍ୟ ସେମିକଣ୍ଡକ୍ଟର ଶିଳ୍ପକୁ ପ୍ରାଧାନ୍ୟ, ୫ ବର୍ଷ ଓ ୮ ବର୍ଷ ପରେ ଅଧିକାରୀଙ୍କୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚନା, ମୋଟ ୧୭୮୯ ଶିକ୍ଷକ ଓ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ବୃଦ୍ଧି ଉପରେ ମୋହର ବାଜିଛି। ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking