ଭୁବନେଶ୍ୱର: ସଂଯୁକ୍ତା ମହଲାଙ୍କ ନାଁରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏତଲା ପ୍ରସଙ୍ଗ । ଚକ୍ରାନ୍ତ ଓ ଷଡଯନ୍ତ୍ର କରି ଫସାଯାଇଛି କହିଲେ ସଂଯୁକ୍ତା ମହଲା । ବିକାଶ ବେହେରା କିଏ ମୁଁ ଜାଣିନି କି ଚିହ୍ନିନି । ଅନେକ ଦଳ ତଳେ ସଂପୃକ୍ତ ବ୍ୟକ୍ତିଙ୍କ ସହ ଚାଟିଂ କରିଥିଲି । ମୋର କେବଳ ଏତିକି ଭୁଲ୍ ଯେ ମୁଁ ମୋ ଫୋନ ନମ୍ବର ଦେଇଛି ।
ତା ପରେ ସେ ଲୋକ ମୋତେ କେବେ ବି ଫୋନ କରିନାହିଁ ବୋଲି କହିଛନ୍ତି ସଂଯୁକ୍ତା । ବିକାଶ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଶ୍ରୀକାନ୍ତ ସାହୁ ଚକ୍ରାନ୍ତ କରିଛନ୍ତି । ମୋତେ ଚକ୍ରାନ୍ତ କରି ଶ୍ରୀକାନ୍ତ ସାହୁ ଫସାଇବାକୁ ଚେଷ୍ଟା କରୁଛନ୍ତି । ମୁଁ ଏତଲା କରିଥିଲି କିନ୍ତୁ ଏବେଯାଏ କାର୍ଯ୍ୟନୁଷ୍ଠାନ ହୋଇନାହିଁ ବୋଲି କହିଲେ ସଂଯୁକ୍ତା । ଏହା ଆଶ୍ଚର୍ଯ୍ୟଜନକ ସରକାର ଓ ଆଶ୍ଚର୍ଯ୍ୟଜନକ ଆଇନ ବ୍ୟବସ୍ଥା ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଂଯୁକ୍ତା ।