29.1 C
Bhubaneswar
Thursday, April 24, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତଟ ରେଳ ଜୋନ ଅଧିନରେ ଥିବା ୱାଲଟିୟର ଡିଭିଜନର  ମୁଖ୍ୟ ଅଂଶକୁ  ନବଗଠିତ ଆନ୍ଧ୍ରପ୍ରଦେଶର  ଦକ୍ଷିଣତଟ ରେଳ ଜୋନରେ  ସମ୍ମିଶ୍ରଣ କରିବାକୁ କେନ୍ଦ୍ର କ୍ୟାବିନେଟ  ଗତ ୭ ଫେବୃଆରୀରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଙ୍କ ନିଷ୍ପତ୍ତି ଅନୁଯାଇ  ଆନ୍ଦ୍ରପ୍ରଦେଶ କୈନ୍ଦ୍ରିକ ଏହି ରେଳ ଜୋନ କାଯ୍ୟକ୍ଷମ ହେବାକୁ ଯାଉଛି ।  ଏହା ଅଧିନରେ ଗୁଣ୍ଟୁର ବିଜୟୱାଡା , ଗୁଣ୍ଟାକାଲ ୩ଟି ଡିଭିଜନ  ରହିବା ସଙ୍ଗେ ସଙ୍ଗେ , ଏବେ ୱାଲଟିୟର ଡିଭିଜନକୁ ବିଲୀନ କରି ଏକ ନୂଆ ବିଶାଖାପାଟନା ଡିଭିଜନ କରାଯାଇ ଏଥିରେ ସଂଯୋଗୀକରଣ କରାଗଲା ।  ଏହି ନିଷ୍ପତ୍ତିର ପରିମାଣ ସ୍ୱରୁପ ପୂର୍ବତଟ ରେଳ ଜୋନ କୁ ପ୍ରାୟ ବାର୍ଷିକ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ ।  ପୂର୍ବତଟ ରେଳ ଜୋନ ପ୍ରତି ଆର୍ଥିକ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କାରୁ ଉଦ୍ଧ୍ୱ ରାଜସ୍ୱ ପ୍ରଦାନ କରିଆସୁଛି ।  ରାଜସ୍ୱ ପ୍ରଦାନ ଦେଶର ୧ ନମ୍ବର ହୋଇ ଆସୁଥିବା ପୂର୍ବତଟ ରେଳ ଜୋନ ଏବେ ୧୦ ନମ୍ବରକୁ ଖସିଯିବ । ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ  ଓଡିଶାରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ସଭାରେ  ଓଡିଶାକୁ ପ୍ରତିନିଧିତ୍ୱ  କରୁଥିବା ବେଳେ  ରାଜ୍ୟ ସ୍ୱାର୍ଥ୍ୟ ବିରୋଧରେ  ଏ ପ୍ରକାର ନିଷ୍ପତ୍ତିରେ   ଅଂଶୀଦାର ହେବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି  ଦ୍ୱାରା  ପୂର୍ୱତଟ ରେଳ ଜୋନ  ଉଭୟ ଆର୍ଥିକ ଓ ଭିତ୍ତିଭୂମି ଦୃଷ୍ଟିରୁ ପଙ୍ଗୁ  ହେବାକୁ ଯାଉଛି । ଆପଣ ଜାଣନ୍ତି ଯେ ୧୯୯୬ ମସିହାରେ କେନ୍ଦ୍ରରେ ୟୁନାଇଟେଡ ପ୍ରଣ୍ଟ ସରକାର ଶ୍ରୀଯୁକ୍ତ  ଏଚ .ଡି ଦେବଗୌଡାଙ୍କ ନେତୃତ୍ୱରେ  ଥିବା ସମୟରେ  ପୂର୍ୱତଟ ରେଳଜୋନ  ପ୍ରତିଷ୍ଠା କରାଯାଇଥିଲା । ଏହି ମନ୍ତ୍ରୀ ସଭାରେ  ରାମବିଳାସ ପାଶ୍ୱାନ ରେଳ ମନ୍ତ୍ରୀ ଏବଂ ମୁଁ ସଂସଦୀୟ ବ୍ୟାପାର  ମନ୍ତ୍ରୀ ଭାବେ  କାଯ୍ୟ କରୁଥିଲି ।  ଓଡିଶାରେ ରେଳବାଇ ଜୋନ ପ୍ରତିଷ୍ଠା ନେଇ ଅନେକ ଆନ୍ଦୋଳନ ହୋଇଛି ।  ସେ ସମୟରେ  ବହୁ ଛାତ୍ର  ଓ ଯୁବ  ନେତାଙ୍କ ସମେତ ମୁଁ ମଧ୍ୟ  ଜେଲ ଯାଇଛି ।  ପ୍ରାକ ସ୍ୱାଧିନତା କାଳରୁ  ରେଳବାଇ ଭାରତର  ଏକତା ରକ୍ଷା  କରିବାରେ  ଏକ ଭୁମିକା ସର୍ୱଦା ଗ୍ରହଣ କରିଛି ।  ରାଜ୍ୟ କୈନ୍ଦ୍ରିକ ରେଳ ଜୋନ ପ୍ରତିଷ୍ଠା ହେଲେ  ଦେଶର ଅନ୍ୟ ଅଞ୍ଚଳର  ଏହି ଦାବି ତୀବ୍ରତାର ହେବା ସ୍ୱାଭାବିକ । ପୂର୍ୱତଟ ରେଳ ଜୋନ  ପ୍ରତିଷ୍ଠା ସମୟରେ  ୱାଲଟିୟର  ଡିଭିଜନର ଯେଉଁ  ଅଂଶ  ଆଜି ଦକ୍ଷିଣତଟ ରେଳ ଜେନ ରେ ସମ୍ମିଶ୍ରଣ ନେଇ ନିଷ୍ପତ୍ତି ନିଆଯାଇଛି ।  ତାହା ପୂର୍ବତଟ ରେଳ ଜୋନ  ପ୍ରତିଷ୍ଠା ସମୟରେ  ମଧ୍ୟ ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରବଳ ଦାବି କରାଯାଇଥିଲା । କିନ୍ତୁ ତତ୍କାଳୀନ କେନ୍ଦ୍ର  ସରକାର କୌଣସି ଚାପର ବଶବର୍ତ୍ତୀ  ନହୋଇ ୱାଲଟିୟର , ଖୋଦ୍ଧାରୋଡ ଓ ସମ୍ବଲପୁର  ଡିଭିଜନକୁ ନେଇ  ପୂର୍ୱତଟ ରେଳଜୋନ  ପ୍ରତିଷ୍ଠା କରିଥିଲେ । ୱାଲଟିୟର ଡିଭିଜନର ମୁଖ୍ୟାଂଶ ଆନ୍ଧ୍ର ପ୍ରଦେଶର ରେଳ ଜୋନରେ ସାମିଲ ହେବା ହେତୁ ଓଡିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ସୁନ୍ଦରଗଡ , ଝାରସୁଗୁଡା, ମୟୁରଭଞ୍ଚ ଏବଂ ବାଲେଶ୍ୱର ଜିଲ୍ଲାର ରେଳ ପ୍ରକଳ୍ପ ଓଡିଶା ବାହାରେ ଥିବା ରେଳ ଜୋନରୁ ଆଣି ପୂର୍ୱତଟ ରେଳ ଜୋନ ରେ ମିଶ୍ରଣ କରିବାକୁ ଓଡିଶା ବିଧାନସଭା ସର୍ୱସମ୍ମତ ପ୍ରସ୍ତାବ ଗ୍ରହଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking