27.1 C
Bhubaneswar
Wednesday, June 26, 2024
Homeଓଡିଶାଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଜେନ୍ଦ୍ରାଭିଷେକ ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଜେନ୍ଦ୍ରାଭିଷେକ ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଜେନ୍ଦ୍ରାଭିଷେକ ନୀତି । ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହେବେ । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ବାର ବାନ୍ଦ ହୋଇ ଜଗମୋହନ କୁ ସମ୍ପୂର୍ଣ୍ଣ ଅନ୍ଧାର କରାଦିଆ ଯିବ । ଏହି ସମୟରେ ଗର୍ଭଗୃହ ରେ ମହାପ୍ରଭୁଙ୍କ ଆଲଟ ସେବା ହୋଇଥାଏ । ତେଣୁ ଆଜିଠୁ ନୀତି ଶୃଂଖଳିତ କଲେ ସ୍ନାନପୁର୍ଣିମା ନୀତି ବି ଶୃଙ୍ଖଳିତ ହେବ । ତେଣୁ ଶ୍ରୀମନ୍ଦିରରେ ଆଜି ଶୃଂଖଳିତ ନୀତି ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକଦଶୀରେ ଅଧିକ ନୀତି ଥିବାରୁ ତା ଉପରେ ଗୁରୁତ୍ୱ ରହିଛି। ଏଥି ଉତ୍ତରା ରୁ ଜଣେ ଡଗର ଆସି ମଦନମୋହନ ଙ୍କ ନିକଟରେ ରୁକ୍ମିଣୀ ଙ୍କ ବିବାହ ପ୍ରସ୍ତାବ ଜଣାଇବେ ଓ ସ୍ଵୟଂ ପ୍ରଭୁ ରାଜେନ୍ଦ୍ରଭିଷେକ ହେବା ନିମନ୍ତେ କହିବେ। ଶ୍ରୀ ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟ ମୂଳ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି । ଏବଂ ଖଟ ଉପରେ ବିଜେ ହେବା ପରେ ଶ୍ରୀ ମଦନମୋହନ ଙ୍କୁ ପଞ୍ଚାମୃତ ରେ ସ୍ନାନ କରାଯାଇ ଥାଏ । ତତ୍ପରେ ଫୁଲ, ଚନ୍ଦନ ଲାଗି ହୋଇ ବେଶ ବଢିଥାଏ ଓ ଶୀତଳ ଭୋଗରେ ଖିରି, ଅମାଲୁ ଭୋଗ ହୋଇ ବନ୍ଦାପନା ବଢିବା ପରେ ଦକ୍ଷିଣୀ ଘରସ୍ଥ ସ୍ବ ଆସ୍ଥାନ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking