ଭୁବନେଶ୍ବର: ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କରେ ଜାଲ ପ୍ରମାଣ ଦେଖାଇଥିଲେ ୟୁଟ୍ୟୁବର । ଚାର୍ଜସିଟ ଦାଖଲ କରିଲା ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) । ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ସସପେନ୍ସକୁ ନେଇ ଭୁବନେଶ୍ବର ସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଲା ସିବିଆଇ ।
ଶ୍ରୀଦେବୀଙ୍କର ମୃତ୍ୟୁକୁ ନେଇ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନକଲି ଦସ୍ତାବିଜ ପ୍ରସ୍ତୁତ କରି ପ୍ରମାଣ ଭାବେ ଉପସ୍ଥାପନା କରିଥିଲେ ଭୁବନେଶ୍ବର ସ୍ଥିତ ୟୁଟ୍ୟୁବର ଦୀପ୍ତି ଆର । ଗତବର୍ଷ ମୁମ୍ବାଇର ଜଣେ ଓକିଲ ଚାନ୍ଦିନୀ ଶାହଙ୍କ ଅଭିଯୋଗ ପରେ ଭୁବନେଶ୍ବର ନିବାସୀ ଦୀପ୍ତି ଆର ପିନିତି ଏବଂ ତାଙ୍କ ଓକିଲ ଭରତ ସୁରେଶ କାମାଖାଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଥିଲା ସିବିଆଇ । ଏହି ମାମଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସିବିଆଇକୁ ପଠାଯାଇଥିଲା ।
ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରୟୋଜିତ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ ସମ୍ବନ୍ଧୀୟ ଜାଲ ଦସ୍ତାବିଜ ପ୍ରସ୍ତୁତ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣକୁ ଚପାଇ ଦିଆଯାଉଥିବା ନେଇ ୟୁଟ୍ୟୁବର ଜଣକ ଦାବି କରିଥିଲେ ।