14.1 C
Bhubaneswar
Friday, January 17, 2025
Homeଦେଶ ବିଦେଶଦେଶକୁ ସମ୍ବୋଧିତ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ : ଆର୍ଥିକ ସଙ୍କଟ ପାଇଁ କୋଭିଡ୍ ଦାୟୀ

ଦେଶକୁ ସମ୍ବୋଧିତ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ : ଆର୍ଥିକ ସଙ୍କଟ ପାଇଁ କୋଭିଡ୍ ଦାୟୀ

କଲମ୍ବୋ : ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇଥିବାବେଳେ ସାଂପ୍ରତିକ ସ୍ଥିତିର କାରଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ୧୯୪୮ରେ ବ୍ରିଟେନ ନିକଟରୁ ସ୍ୱାଧୀନତା ପାଇବାପରଠାରୁ ଶ୍ରୀଲଙ୍କା ପ୍ରଥମ ଥର ଏଭଳି ଆର୍ôଥକ ସଙ୍କଟର ସମ୍ମୁଖୀନ ହେଉଥିବା ସେ କହିଛନ୍ତି । ତେବେ ଏହାର ପ୍ରମୁଖ କାରଣ କୋଭିଡ୍ ବୋଲି ସେ ସଫେଇ ଦେଇଛନ୍ତି । ୨୦୨୦ ପୂର୍ବରୁ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଥିଲେ ସୁଦ୍ଧା କୋଭିଡ୍ ଯୋଗୁଁ ସରକାରଙ୍କୁ ଦେଶରେ ଲକ୍‌ଡାଉନ ଜାରି କରିବାକୁ ପଡିଥିଲା ବୋଲି ସେ କହିଛନ୍ତି । ଲକ୍‌ଡାଉନ କାରଣରୁ ହିଁ ଦେଶରେ ଗଚ୍ଛିତ ଥିବା ବିଦେଶୀ ମୁଦ୍ରା ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । ଦେଶକୁ ଏହି ସଙ୍କଟରୁ ଉଦ୍ଧାର କରିବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଅହରାତ୍ର ଯୋଜନା ଚଳାଇଛନ୍ତି ଏବଂ ଖୁବଶୀଘ୍ର ଦେଶ ଏହି ସମସ୍ୟାରୁ ମୁକୁଳିବ ବୋଲି ରାଜପକ୍ଷେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

ସୂଚନାଯୋଗ୍ୟ ମହିନ୍ଦାଙ୍କ ସାନ ଭାଇ ଗୋତବାୟା ବର୍ତ୍ତମାନ ରାଷ୍ଟ୍ରପତି ଦାୟିତ୍ୱ ତୁଲାଉଛନ୍ତି । ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପେଟ୍ରୋଲ, ଡିଜେଲ, ଜରୁରୀ ଔଷଧପତ୍ରର ଘୋର ଅଭାବ ଯୋଗୁଁ ସାଧାରଣ ନାଗରିକ ବ୍ୟତିବ୍ୟସ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦୈନିକ ୧୦ ଘଣ୍ଟା ବିଦ୍ୟୁତ କାଟ୍ ହେଉଥିବାରୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଛି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ରାଷ୍ଟ୍ରପତି ଇତିମଧ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରିସାରିଛନ୍ତି । ମହିନ୍ଦାଙ୍କ କ୍ୟାବିନେଟର ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ୪ ଜଣ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି । ସହାୟତା ପାଇଁ ବିଦେଶୀ ରାଷ୍ଟ୍ର ସମେତ ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଦ୍ୱାରସ୍ଥ ହେବାକୁ ପଡୁଛି । ଭାରତ ଭଳି ପଡୋଶୀ ରାଷ୍ଟ୍ର ଇତିମଧ୍ୟରେ ଲକ୍ଷାଧିକ ଟନ୍ ପେଟ୍ରୋଲ ଡିଜେଲ ସହାୟତା ଦେଇସାରିଛି । ଏଲଟିଟିଇ ସହ ଦୀର୍ଘ ତିନି ଦଶନ୍ଧି ସଂଗ୍ରାମ କରିବାପରେ ଶ୍ରୀଲଙ୍କା ଶାନ୍ତିର ନିଶ୍ୱାସ ମାରିଥିଲା ସତ । ତେବେ କୋଭିଡ୍ ପରବର୍ତ୍ତୀ ସ୍ଥିତି ଦେଶର ଆର୍ôଥକ ମେରୁଦଣ୍ଡକୁ ଭାଙ୍ଗିଦେଇଛି ବୋଲି ମହିନ୍ଦା ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking