30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଶ୍ରୀଲଙ୍କା, ପାକିସ୍ତାନ ସଙ୍କଟ ପଛରେ ଚୀନ୍‌ର ଋଣଜାଲ

ଶ୍ରୀଲଙ୍କା, ପାକିସ୍ତାନ ସଙ୍କଟ ପଛରେ ଚୀନ୍‌ର ଋଣଜାଲ

ବେଜିଂ: ସଂପ୍ରତି ଭାରତର ଦୁଇ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଓ ପାକିସ୍ତାନରେ ଯେଉଁ ରାଜନୈତିକ ସଙ୍କଟ ମୁଣ୍ଡ ଟେକିଛି, ତାହା ପଛରେ ଚୀନ୍‌ର ଋଣଜାଲ ଦାୟୀ ବୋଲି କୁହାଯାଉଛି । ନିକଟରେ ଭାରତ ଗସ୍ତରେ ଆସିଥିବାବେଳେ ନେପାଳ ପ୍ରଧାନମନ୍ତ୍ରୀ ଶେରବାହାଦୂର ଦେଉବା ଏହି ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଚୀନ୍‌ର ବିଦେଶ ମନ୍ତ୍ରୀ ୱଙ୍ଗ୍ ୟି ଗତ ମାସରେ ନେପାଳ ଗସ୍ତରେ ଆସିଥିବାବେଳେ ଦେଉବାଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ବିକାଶମୂଳକ ପ୍ରକଳ୍ପ ନିମନ୍ତେ ଚୀନ୍ ନିକଟରୁ ଋଣ ନେବାକୁ ୱଙ୍ଗ୍ ତାଙ୍କୁ ପ୍ରବର୍ତ୍ତାଇଥିଲେ । ତେବେ ଋଣ ନୁହେଁ, ଆର୍ôଥକ ଅନୁଦାନ ମିଳିଲେ, ନେପାଳ ତାହା ଗ୍ରହଣ କରିବ ବୋଲି ଦେଉବା ସେତେବେଳେ ସ୍ପଷ୍ଟ କରିଥିଲେ । ଏହି ଅବସରରେ ୱଙ୍ଗ୍ କହିଥିଲେ ଯେ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡିକୁ ଚୀନ୍ ଦେଇଥିବା ଋଣ ପରିମାଣ ଇତିମଧ୍ୟରେ ୪.୭ ବିଲିୟନ ଡଲାରରୁ ୪୦ ବିଲିୟନ ଡଲାରକୁ ବୃଦ୍ଧି ପାଇସାରିଛି । ଏଥିମଧ୍ୟରୁ ପାକିସ୍ତାନ ଓ ଶ୍ରୀଲଙ୍କା ଅଧିକ ପରିମାଣରେ ଋଣ ନେଇ ସୁଧ କିମ୍ବା ମୂଳଧନ ପୈଠ କରିପାରୁନଥିବାରୁ ସେମାନଙ୍କର ଅର୍ଥନୀତି ପ୍ରତିକୂଳ ଅବସ୍ଥା ଦେଇ ଗତି କରୁଛି ବୋଲି ୱଙ୍ଗ୍ କହିଥିଲେ । ଏହି ପରିପ୍ରେକ୍ଷୀରେ ଚୀନ୍‌ଠାରୁ ଋଣ ନେବାକୁ ନେପାଳ, ବାଂଲାଦେଶ ଓ ମାଳଦ୍ୱାପ ଭଳି ରାଷ୍ଟ୍ର ପଛଘୁଞ୍ଚା ଦେଉଥିବା ଦେଉବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking