20.1 C
Bhubaneswar
Tuesday, January 28, 2025
Homeଓଡିଶାଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି

ପୁରୀ : ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମନୀତି । ଶ୍ରୀମନ୍ଦିରରେ ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । କିନ୍ତୁ କରୋନା କଟକଣା ପାଇଁ ଭକ୍ତଙ୍କ ପାଇଁ ଆଜି ବନ୍ଦ ରହିଛି ଶ୍ରୀମନ୍ଦିର । ବିନା ଭକ୍ତରେ ଜନ୍ମାଷ୍ଟମୀ ପାଳନ ହେବ । ଏନେଇ ଭକ୍ତ ନିରାଶ ଥିବାବେଳେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିରଗୁଡ଼ିକରେ ବିଶେଷ କିଛି ଆୟୋଜନ କରାଯାଇନାହିଁ ।

ଭୁବନେଶ୍ୱର ରାମ ମନ୍ଦିରରେ ଅନୁରୂପ ଭାବେ ଭକ୍ତଙ୍କୁ ପ୍ରବେଶ ଅନୁମତି ନାହିଁ । ଏଣୁ ମନ୍ଦିରରେ ପ୍ରତିବର୍ଷ ଭକ୍ତଙ୍କ ପାଇଁ ହେଉଥିବା ସ୍ବତନ୍ତ୍ର ପ୍ରସାଦ ଓ ଭୋଗ ଥାଳି ହେବ ନାହିଁ । କିନ୍ତୁ ମନ୍ଦିରର ଜନ୍ମାଷ୍ଟମୀ ସ୍ବତନ୍ତ୍ର ଧନିଆ ପଞ୍ଜୁରୀ ଭୋଗ ଭକ୍ତମାନଙ୍କୁ ଜନ୍ମଷ୍ଟମୀ ପର ଦିନ ନନ୍ଦୋତ୍ସବରେ ବଣ୍ଟନ କରାଯିବ । ଏନେଇ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଭୋର୍‌ ସାଢ଼େ ୫ଟାରୁ ମଙ୍ଗଳଆଳତି, ୭ଟାରେ ଶୃଙ୍ଗାର ଆଳତି ହୋଇଛି । ୧୨ଟାରୁ ଭୋଗ ଆଳତି ହୋଇ ମନ୍ଦିର ବନ୍ଦ ରହିବ । ଅପରାହ୍‌ଣ ସାଢ଼େ ୪ଟାରେ ମନ୍ଦିର ଖୋଲିବ । ସଂଧ୍ୟା ୭ଟାରେ ସଂଧ୍ୟା ଆଳତି ହେବ । ରାତି ୧୦ଟାରୁ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି କାର୍ୟ୍ୟକ୍ରମ ଓ ଭଜନ କୀର୍ତ୍ତନ ଆରମ୍ଭ ହୋଇଯିବ । ରାତି୧୨ଟାରେ ଅଭିଷେକ ଓ ପୁଷ୍ପାଞ୍ଜଳି ଭିତରେ ଶ୍ରୀକୃଷ୍ଣଙ୍କୁ ଧରାପୃଷ୍ଠକୁ ସ୍ବାଗତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking