17.1 C
Bhubaneswar
Friday, January 10, 2025
Homeଓଡିଶାବାହାରୁ ଆସୁଥିବା ଲୋକଙ୍କୁ ଟ୍ରାକ କରାଯିବ

ବାହାରୁ ଆସୁଥିବା ଲୋକଙ୍କୁ ଟ୍ରାକ କରାଯିବ

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଆଜି ଏସଆରସି ପ୍ରଦୀପ ଜେନା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, କିଛି ଦିନ ଧରି ଆମ ରାଜ୍ୟରେ ଅଳ୍ପମାତ୍ରାରେ ବୃଦ୍ଧି ହୋଇଛି । ୧୦୦ ଥିଲା, ଆଜି ୧୪୬ ବାହାରିଛନ୍ତି । ଆଜି ବାହାରିବାର ମୁଖ୍ୟ କାରଣ ହେଉଛି ଜାଭିୟର ଇନଷ୍ଟିଚ୍ୟୁଟରୁ ୪୫ ଜଣ ବାହାରିଛନ୍ତି । କଟକରେ ଯେଉଁ ୨ଟି କେସ ଓ ଭୁବନେଶ୍ୱରରେ ଆଜି ଯେଉଁ ବାହାରିଛି ତାକୁ ଆନାଲିସିସ କଲେ ଜଣାପଡିଲା ଯେ, ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁରୁ ଯେଉଁମାନେ ଫେରିଛନ୍ତି, ସେହିଭଳି ଲୋକଙ୍କର ବାହାରିଛି । ତାକୁ ଆଖିରେ ରଖି ଆଜି ମୁଖ୍ୟ ଶାସନ ସଚିବ, ଡିଜି, ସିନିୟର ସେକ୍ରେଟାରୀ, ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରମାନଙ୍କର ଭିଡିଓ ବୈଠକ ହୋଇଥିଲା । ଆସନ୍ତାକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ । ସ୍ୱାସ୍ଥ୍ୟ ବିଭାଗ ବର୍ତମାନ ସଂପୂର୍ଣ୍ଣ ଭାବେ ତଦାରଖ କରୁଛନ୍ତି ଏବଂ ଦୃଷ୍ଟି ରଖିଛନ୍ତି । ବିଶେଷ ଭାବରେ ବାହାରୁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ଟ୍ରାକିଂ କରାଯିବ । ଯଥାଶୀଘ୍ର ସେମାନଙ୍କର ଟେଷ୍ଟିଂ କରାଯିବ । ରାଜ୍ୟରେ ଏବେ ୨୬ ହଜାର ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ହେଲେ ଏବେ ଏହାକୁ ବଢାଯିବ ।

ଗତଥର ମୁଖ୍ୟମନ୍ତ୍ରୀ ଯେମିତି କହିଥିଲେ ପଂଚାୟତି ରାଜ ବ୍ୟବସ୍ଥାକୁ ଏଥିରେ ସାମିଲ କରିବା । ସରପଂଚ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ସେହି କଥା ସୂଚାଇଛନ୍ତି । ଆମେ ସରପଂଚ, ୱାର୍ଡ ମେମ୍ବରକୁ କାର୍ଯ୍ୟରେ ଲଗାଇବା । ଗାଁରେ କିଏ ବାହାରୁ ଆସୁଛନ୍ତି ସେମାନେ ତା ଉପରେ ନଜର ରଖିବେ । ସେହିଭଳି ଆଶା, ଅଙ୍ଗନବାଡି କର୍ମୀ ଓ ସରକାରଙ୍କ ବିଭିନ୍ନ କର୍ମଚାରୀ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବେ । ପବ୍ଲିକ ମାଇକିଂ କରିବା ପାଇଁ ମଧ୍ୟ କୁହାଯାଇଛି । କୋଭିଡ ମ୍ୟାନେଜମେଣ୍ଟ ରିଆକ୍ଟିଭ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଡିଜି ପୋଲିସ ମଧ୍ୟ ଏସପି ମାନଙ୍କୁ ପରାମର୍ଶ ଦେଇଛନ୍ତି ଏନଫୋର୍ସମେଣ୍ଟ କଡାକଡି କରିବା ପାଇଁ । ବିଶେଷ ଭାବରେ ମାର୍କେଟ, ମଲ୍ ଭଳି ଭିଡ ସ୍ଥାନମାନଙ୍କରେ । ଦୋଳ ହୋଲି ପାିଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ କଟକଣା କରାଯାଇଛି । ଏହାଛଡା ଆଉ କଣ କଟକମାର ଆବଶ୍ୟକତା ପଡିବ ସେନେଇ ଆଲୋଚନା କରାଯାଉଛି । ଅଯଥା କଟକଣା ପାଇଁ ଚାହୁଁନୁ । ଆବଶ୍ୟକ ହିସାବରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking