36.1 C
Bhubaneswar
Sunday, May 19, 2024
Homebuisnessଛଟେଇ ପାଇଁ ପ୍ରସ୍ତୁତ ହେଉଛି ସ୍ପୋଟିଫାଇ, ଯାଇପାରେ ୬% କର୍ମଚାରୀଙ୍କ ଚାକିରି

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ସ୍ପୋଟିଫାଇ, ଯାଇପାରେ ୬% କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଇ ଏହାର ୬% କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ସାମ୍ଭାବ୍ୟ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଥିବା ସୋମବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଦୁଇ ବର୍ଷର ମହାମାରୀ ସମୟରେ ଆଖିଦୃଶିଆ ଅଭିବୃଦ୍ଧି ପରେ ଟେକ୍ କମ୍ପାନୀଗୁଡିକ ଆକ୍ରମଣାତ୍ମକ ଭାବରେ ନିଯୁକ୍ତି ଦେଇଥିଲେ, କିନ୍ତୁ ଏବେ ସେମାନେ ଚାହିଦା ହ୍ରାସର ସମ୍ମୁଖୀନ ହେଉଛନ୍ତି। ଯେଉଁଥିପାଇଁ ମେଟା ଏବଂ ମାଇକ୍ରୋସଫ୍ଟ ଭଳି କମ୍ପାନୀ ହଜାରେରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛନ୍ତି।

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହାର ମୁଖ୍ୟ କଣ୍ଟେଣ୍ଟ ଏବଂ ବିଜ୍ଞାପନ ବ୍ୟବସାୟ ଅଧିକାରୀ ଡାନ ଓଷ୍ଟୋରଫ ମଧ୍ୟ କମ୍ପାନିରୁ ବିଦାୟ ନେବେ । ସେପ୍େଟମ୍ବର ୩୦ ସୁଦ୍ଧା, ସ୍ପୋଟିଫାଇ ରେ ପ୍ରାୟ ୯,୮୦୦ ପୂର୍ଣ୍ଣକାଳୀନ କର୍ମଚାରୀ ଥିଲେ । ସ୍ୱିଡେନ ଭିତ୍ତିକ କମ୍ପାନୀ ସ୍ପୋଟିଫାଇ ଗତ କିଛି ଦିନ ହେବ ବିଜ୍ଞାପନ ହ୍ରାସ ପାଇଥିବା କହିଛି। ସମାନ ସମୟରେ ମେଟା ଏବଂ ଗୁଗୁଲ୍ ପ୍ୟାରେଣ୍ଟ୍ ଆଲଫାବେଟ୍ ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହା ସହିତ ଦ୍ରୁତ ସୁଧ ହାର ବୃଦ୍ଧି ଏବଂ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଅର୍ଥନୀତି ଚାପ ସୃଷ୍ଟି କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking