ନୂଆଦିଲ୍ଲୀ: ସୁନ୍ଦର ଚେହେରା ଦେଖି ଆକର୍ଷିତ ହେଲେ, ନିଜକୁ କଣ୍ଟ୍ରୋଲ କରିପାରିଲେନି । ଏୟାର ହଷ୍ଟେସଙ୍କୁ କଲେ ଅସଦାଚରଣ । ଏଭଳି ଖବର ପାଟନାରୁ ସାମ୍ନାକୁ ଆସିଛି । ଆଉ ଏହି ଘଟଣା ଇଣ୍ଡିଗୋ ବିମାନରେ ଘଟିଛି । ଏଠାରେ ଇଣ୍ଡିଗୋ ବିମାନରେ ଜଣେ ଏୟାର ହୋଷ୍ଟେସ୍ଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଇଣ୍ଡିଗୋର ଏହି ବିମାନ ହାଇଦ୍ରାବାଦରୁ ପାଟନା ଆସୁଥିଲା। ଏଥିରେ ଥିବା ଯାତ୍ରୀ ଜଣକ ଏୟାର ହୋଷ୍ଟସ୍ଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହାପରେ ସେ ନିଜକୁ ବିମାନର ଟଏଲେଟ୍ରେ ବନ୍ଦ କରି ଦେଇଥିଲେ। ବିମାନ ଲ୍ୟାଣ୍ଡ୍ କରିବା ପୂର୍ବରୁ କର୍ମଚାରୀମାନେ ଏୟାରପୋର୍ଟ ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।
ବିମାନ ପାଟନା ଏୟାରପୋର୍ଟରେ ଓହ୍ଲାଇବା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। ପରେ ଜଣାପଡ଼ିଥିଲା ଯେ ଯାତ୍ରୀ ଜଣକ ମାନସିକ ରୂପେ ଅସୁସ୍ଥ। ତାଙ୍କ ପାଖରୁ କିଛି ଔଷଧ ଏବଂ ଡାକ୍ତରୀ ପରାମର୍ଶ ପତ୍ର ମଧ୍ୟ ମିଳିଛି, ଯାହାକୁ ପୋଲିସ ଯାଞ୍ଚ କରୁଛି।