26.1 C
Bhubaneswar
Thursday, September 19, 2024
Homeଓଡିଶାଅବକାରୀ ମାମଲାର ଶୁଣାଣି ପାଇଁ ୧୧ ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ

ଅବକାରୀ ମାମଲାର ଶୁଣାଣି ପାଇଁ ୧୧ ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ

ରାଜ୍ୟରେ ଚୋରା ମଦ, ଡ୍ରଗ୍ସ ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଉଥିବାରୁ ଅବକାରୀ ମାମଲାର ବିଚାର ପାଇଁ ୧୧ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟ କରିବ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରିବା ପରେ ରାଜ୍ୟ ସରକାର ୧୧ଟି ରାଜସ୍ୱ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜଙ୍କ କୋର୍ଟରେ ଏହି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ଏହି ସବୁ ସ୍ୱତନ୍ତ୍ର କୋର୍ଟରେ ଅବକାରୀ ଅପରାଧ ମାମଲାର ବିଚାର ହେବ ।

କିନ୍ତୁ ଯେଉଁ ଅବକାରୀ ଅପରାଧରେ ୩ବର୍ଷ ବା ୩ରୁ ୭ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଓ ୧୦ହଜାରରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟର ପ୍ରାବଧାନ ଥିବ ସେହି ମାମଲାଗୁଡ଼ିକ ଏହି ସ୍ୱତନ୍ତ୍ର କୋର୍ଟରେ ବିଚାର ହୋଇପାରିବ ନାହିଁ । ଅବକାରୀ ଅପରାଧ ପାଇଁ ସମ୍ବଲପୁର, ଗଜପତି, ଢେଙ୍କାନାଳ, କନ୍ଧମାଳ, ଜଗତସିଂହପୁର, ବାଲେଶ୍ୱର, କଳାହାଣ୍ଡି, ଯାଜପୁର, ଗଞ୍ଜାମ,ବଲାଙ୍ଗୀର ଓ ବରଗଡ଼ ରାଜସ୍ୱ ଜିଲ୍ଲାଗୁଡ଼ିକରେ ଥିବା ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ କୋର୍ଟଗୁଡ଼ିକରେ ଏହି ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟ କରିବ । ଏସବୁ ସ୍ୱତନ୍ତ୍ର କୋର୍ଟ ସମ୍ପୃକ୍ତ ରାଜସ୍ୱ ଜିଲ୍ଲାର ମାମଲାର ହିଁ ବିଚାର କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking