29.1 C
Bhubaneswar
Friday, October 18, 2024
Homeଓଡିଶାଆଜି ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଆସ୍ଥା ଟ୍ରେନ୍‌

ଆଜି ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଆସ୍ଥା ଟ୍ରେନ୍‌

ଭଦ୍ରକ : ଆଜି ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌ । ରାମଲଲାଙ୍କ ଦର୍ଶନ ପାଇଁ ଗଡ଼ିଲା ଏହି ସ୍ପେଶାଲ ଟ୍ରେନ୍‌ । ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ୧୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଯୋଧ୍ୟାକୁ ଯାତ୍ରା କରିଛନ୍ତି ୧୨୫୧ ଜଣ ରାମ ଭକ୍ତ । ଭଦ୍ରକ ଷ୍ଟେସନରୁ ସିଧାସଳଖ ଏହି ଟ୍ରେନ ବାଲେଶ୍ଵର ଦେଇ ଅଯୋଧ୍ୟା ଯାଉଛି । ଭଦ୍ରକ ଷ୍ଟେସନରେ ଏହି ଆସ୍ଥା ଟ୍ରେନକୁ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବିଜେପି ନେତା ମାନେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ଭଦ୍ରକରୁ ଏହି ଟ୍ରେନ ଚାଲିବା ଦ୍ଵାରା ଭଦ୍ରକର ରାମ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଷ୍ଟେସନରେ ଭକ୍ତମାନେ ଜୟ ଶ୍ରୀରାମ ନାରା ଦେଇ ଟ୍ରେନକୁ ବିଦାୟ ଜଣାଇଥିଲେ ।ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚ୍ ରେ ୭୨ ଟି ସିଟ୍ ରହିଛି । ଭଦ୍ରକ ପରେ ବାଲେଶ୍ୱର ଷ୍ଟେସନରେ ଏହି ଆସ୍ଥା ଟ୍ରେନରେ ରାମଭକ୍ତ ମାନେ ଅଯୋଧ୍ୟା ଯାତ୍ରା କରିବେ । ଏହି ଟ୍ରେନ ଆସନ୍ତାକାଲି ଅଯୋଧ୍ୟାରେ ପହଞ୍ଚିବ । ପ୍ରାଣ ପ୍ରତିଷ୍ଠା ହେବା ଦିନଠାରୁ ଅଯୋଧ୍ୟାରେ ଶ୍ରୀରାମଙ୍କ ଦର୍ଶନ ପାଇଁ ପ୍ରତିଦିନ ୧ କୋଟି ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking