26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶକଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ଶିମଲା : ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଭାଜପାକୁ ଯାଉଥିବା ରାଜ୍ୟ ସଭା ଆସନ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ବାଚସ୍ପତି କୁଲଦୀପ ସିଂ ପଠାନିଆ ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଭବିଷ୍ୟତ ଉପରେ ଏହି ରାୟ ଦେଇଛନ୍ତି। କଂଗ୍ରେସ ବିଧାୟକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ହର୍ଷବର୍ଦ୍ଧନ ଚୌହାନ ଦଳ ବିରୋଧୀ ଆଇନ ଅନୁଯାୟୀ ଏହି ବିଧାୟକଙ୍କ ଅଯୋଗ୍ୟତା ପାଇଁ ଆବେଦନ କରିଥିଲେ। ବାଚସ୍ପତି ଗତକାଲି ଉଭୟ ପକ୍ଷର ଶୁଣାଣି କରିଥିଲେ। ଆଜି ବାଚସ୍ପତି ସମସ୍ତ ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂ ପଠାନିଆ କହିଛନ୍ତି, ଦଳ ବିରୋଧୀ ଆଇନ ଅନୁଯାୟୀ ମୁଁ ୬ ଜଣ ବିଧାୟକଙ୍କୁ ଅଯୋଗ୍ୟ କରିଛି, ସେମାନେ ଆଉ ହିମାଚଳ ପ୍ରଦେଶ ବିଧାନସଭା ସଦସ୍ୟ ନୁହଁନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking