29.4 C
Bhubaneswar
Saturday, May 4, 2024
Homeମନୋରଞ୍ଜନସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କଲେ ସାଉଥ ସୁନ୍ଦରୀ ନୟନତାରା

ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କଲେ ସାଉଥ ସୁନ୍ଦରୀ ନୟନତାରା

ମୁମ୍ବାଇ: ସାଉଥ ସୁପରଷ୍ଟାର ନୟନତାରା ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କଲେ । ଜୁନ ୨୦୨୨ରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯‌ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ। ଏବେ ବିବାହକୁ ପ୍ରାୟ ୨ବର୍ଷ ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ନଥିବା ଚର୍ଚ୍ଚା ହେଉଛି। ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବା ସହ ନୟନତାରା ଯେଉଁ ଷ୍ଟାଟସ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରେଡିଟରେ କରାଯାଇଥିବା ପୋଷ୍ଟରେ ଦାବି କରାଯାଇଛି ଯେ, ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିଛନ୍ତି ନୟନତାରା। ହେଲେ ପୂର୍ବରୁ ନୟନତାରା ସ୍ବାମୀଙ୍କୁ ଫଲୋ କରୁଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।ତେବେ ବିବାହର ୪ମାସ ପରେ ନୟନତାରା-ବିଗ୍ନେଶ ପିତାମାତା ହେବାକୁ ଅନେକ ପସନ୍ଦ କରିନଥିଲେ। ଏହାକୁ ନେଇ ବିବାଦ ବୃଦ୍ଧି ପାଉଥିବା ଦେଖି ଦମ୍ପତି ସରୋଗେସି ଆଇନ ଉଲ୍ଲଂଘନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ତାମିଲନାଡୁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ନୟନତାରା ଏବଂ ବିଗ୍ନେଶ ଶିବନ ଏକ ଆଫିଡେଭିଟ୍ ଦାଖଲ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ସେମାନଙ୍କ ବିବାହ ୬ବର୍ଷ ପୂର୍ବରୁ ପଞ୍ଜିକୃତ ହୋଇଥିବା ବେଳେ ଜୁନ୍ ୯, ୨୦୨୨ରେ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ଏଥିସହ ନୟନତାରା ଏବଂ ବିଗ୍ନେଶ ଶିବନ ଜଣାଇଛନ୍ତି ଯେ, ସେମାନଙ୍କ ସରୋଗେଟ୍ ନୟନତାରାଙ୍କ ଜଣେ ସମ୍ପର୍କୀୟ ଥିଲେ, ଯିଏ ଦୁବାଇରେ ନୟନତାରାଙ୍କ ବ୍ୟବସାୟ ସମ୍ଭାଳନ୍ତି। ସେମାନେ ଏହା ମଧ୍ୟ କହିଥିଲେ ଯେ, ଭାରତରେ ବ୍ୟବସାୟିକ ସରୋଗେସି ନିଷେଧ ହେବାର ସପ୍ତାହ ପୂର୍ବରୁ ଡିସେମ୍ବର ୨୦୨୧ରେ ସେମାନେ ସରୋଗେସି ପାଇଁ ପଞ୍ଜୀକୃତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking