30.1 C
Bhubaneswar
Friday, May 30, 2025
Homeଖେଳଟସ୍‌‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

ଟସ୍‌‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

କଲକାତା : ଆଜି ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ। କଲକାତାର ଇଡେନଗାର୍ଡେନରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମହାମୁକାବିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ବିଜେତା ଟିମ୍‌‌ ଭାରତ ସହ ଫାଇନାଲ ମ୍ୟାଚ୍‌‌ ଖେଳିବ।

ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ଗୁରୁବାର କଲକାତାର ଇଡେନଗାର୍ଡେନରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ନବମ ଓ ଦକ୍ଷିଣ ଆଫ୍ରିକା ପଞ୍ଚମ ଥର ଲାଗି ସେମିଫାଇନାଲ ଖେଳୁଛି। ଅନ୍ୟପକ୍ଷରେ ଦୁଇ ଦଳ ସେମିଫାଇନାଲରେ ତୃତୀୟ ଥର ଲାଗି ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଫାଇନାଲ ଖେଳିବାକୁ ଆଶା ବାନ୍ଧିଥିବାବେଳେ ଅଷ୍ଟ୍ରେଲିଆ ସପ୍ତମ ଥର ଲାଗି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking