15.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ; ଶର୍ଟ ଫର୍ମାଟରେ ମାର୍କରମ୍ ଓ ଟେଷ୍ଟରେ...

ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ; ଶର୍ଟ ଫର୍ମାଟରେ ମାର୍କରମ୍ ଓ ଟେଷ୍ଟରେ ବାଭୁମା କ୍ୟାପ୍‌ଟେନ୍

ନୂଆଦିଲ୍ଲୀ: ଡିସେମ୍ବର ୧୦ରୁ ଆରମ୍ଭ ହୋଇ ଜାନୁଆରୀ ୭ରେ ଶେଷ ହେବାକୁ ଥିବା ଭାରତ ବିପକ୍ଷ ଅଲ ଫର୍ମାଟ ସିରିଜ ପାଇଁ କ୍ରିକେଟ୍ ଦକ୍ଷିଣ ପକ୍ଷରୁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ୩ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏହି ସିରିଜ ପାଇଁ ଶର୍ଟଫର୍ମାଟ୍‌ରେ ଆଇଡେନ୍ ମାର୍କରମଙ୍କୁ ଅଧିନାୟକ ରଖାଯାଇଥିବା ବେଳେ ଟେଷ୍ଟ ମ୍ୟାଚ୍ର ନେତୃତ୍ୱ ତେମ୍ବା ବଭୁମା ନେବେ ।

ଟେମ୍ବା ବାଭୁମା ଓ କାଗିସୋ ରବାଡାଙ୍କୁ ଧଳା ବଲ୍ ଶୃଙ୍ଖଳାରୁ ବାଦ୍ ଦିଆଯାଇଛି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଉପରେ ଉଭୟଙ୍କ ନଜର ରହିବ । ସେହିପରି ଗେରାଲ୍ଡ କୋଜି, ମାର୍କୋ ଜାନସେନ୍ ଓ ଲୁଙ୍ଗି ଏନ୍‌ଗିଡି ୩ୟ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବେ ନାହିଁ । ବାଭୁମାଙ୍କ ଅନୁପସ୍ଥିତିରେ ଟି-୨୦ ଅଧିନାୟକ ଆଇଡେନ ମାର୍କରାମ ଦିନିକିଆ ଦଳର ନେତୃତ୍ୱ ନେବେ । ଗତ ସପ୍ତାହ ଶେଷରେ ପ୍ରୋଭିନ୍ସ ବିପକ୍ଷ ପ୍ରଥମ ଶ୍ରେଣୀ ମ୍ୟାଚରେ ଦ୍ରୁତ ବୋଲର ଲିଜାଦ୍ ୱିଲିୟମ୍ସଙ୍କ ଗ୍ରୋଇନ୍ ଷ୍ଟ୍ରେନ୍ ସମସ୍ୟା ଦେଖାଦେଇଥିଲା । ଆହତ ସମସ୍ୟା ପାଇଁ ତାଙ୍କ ସହ ଏନ୍‌ରିକ୍ ନୋର୍ଜେ, ଏବଂ ୱେନ୍ ପାର୍ନେଲଙ୍କୁ ଚୟନ ପାଇଁ ବିଚାରକୁ ନିଆଯାଇନଥିଲା ।

ମିହଲାଲି ମପୋଙ୍ଗବାନା, ଡେଭିଡ ବେଡିଙ୍ଗହାମ ଏବଂ ନାନ୍ଦ୍ରେ ବର୍ଗରଙ୍କ ଏହି ସିରିଜ ମାଧ୍ୟମରେ ପ୍ରଥମଥର ପାଇଁ ଜାତୀୟ ଦଳରେ ସ୍ଥାନ ମିଳିଛି । ପେସ୍ ବୋଲର ବର୍ଗରଙ୍କୁ ତିନିଟି ଯାକ ଦଳରେ ସ୍ଥାନ ମିଳିଥିବା ବେଳେ ବ୍ୟାଟସମ୍ୟାନ ବେଡିଙ୍ଗହାମ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ଅକ୍ଟୋବରରେ ଏକ ଡିଭିଜନ୍ ୧ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ଏମ୍ପୋଙ୍ଗୱାନା ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ଆଇପିଏଲ୍ ପାଇଁ ଚର୍ଚ୍ଚାରେ ଥିବା ଟ୍ରିଷ୍ଟାନ୍ ଷ୍ଟବସ୍ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାର ଟେଷ୍ଟ୍ ଦଳରେ ସ୍ଥାନ ପାଇଛନ୍ତି । ଏହି ୨୩ ବର୍ଷୀୟ ଖେଳାଳି ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ଦିନିକିଆ ଓ ଟି-୨୦ କ୍ରିକେଟ୍ ଖେଳିସାରିଛନ୍ତି । ଏହାବ୍ୟତୀତ ୱିକେଟ୍ ରକ୍ଷକ କାଇଲ ଭେରିନେଙ୍କୁ ଦିନିକିଆ ଓ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରାଯାଇଛି । ଅନ୍ତିମଥର ପାଇଁ ସେ ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖେଳିଥିଲେ ।

ଟି-୨୦ ଦଳ: ଆଇଡେନ୍ ମାର୍କରାମ (ଅଧିନାୟକ), ଓଟନିଏଲ ବାର୍ଟମ୍ୟାନ, ମାଥ୍ୟୁ ବ୍ରିଜକେ, ନାନ୍ଦ୍ରେ ବର୍ଗର, ଗେରାଲ୍ଡ କୋଏଜି,(୧ମ ଓ ୨ୟ ମ୍ୟାଚ୍‌), ଡୋନୋଭାନ୍ ଫେରେରା, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ୍ (୧ମ ଓ ୨ୟ ମ୍ୟାଚ୍‌), ହେନରିକ୍ କ୍ଲାସେନ୍‌, କେଶବ ମହାରାଜ, ଡେଭିଡ୍ ମିଲର, ଲୁଙ୍ଗି ଏନ୍‌ଗିଡି (୧ମ ଓ ୨ୟ ମ୍ୟାଚ୍‌), ଅଣ୍ଡିଲେ ଫେଲୁକ୍ୱାୟୋ, ତାବରେଜ ଶମ୍ସୀ, ଲିଜାର୍ଡ ୱିଲିୟମ୍ସ ଓ ଟ୍ରିଷ୍ଟାନ୍ ଷ୍ଟବସ୍ ।
ଦିନିକିଆ ଦଳ: ଆଇଡେନ୍ ମାର୍କରାମ (ଅଧିନାୟକ), ଓଟନିଏଲ ବାର୍ଟମ୍ୟାନ, ନାନ୍ଦ୍ରେ ବର୍ଗର, ଟୋନି ଡି ଜୋର୍ଜୀ, ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେନ୍‌, କେଶବ ମହାରାଜ, ମିଲାଲି ମପୋଙ୍ଗୱାନା, ଡେଭିଡ୍ ମିଲର, ୱିଆନ ମୁଲ୍ଡର, ଅଣ୍ଡିଲେ ଫେଲୁକ୍ୱାୟୋ, ତାବରେଜ ଶମ୍ସୀ, ରାସି ଭାନ୍ ଡର୍ ଡୁସେନ୍‌, ଲିଜାର୍ଡ ୱିଲିୟମ୍ସ ଓ କାଏଲ୍ ଭେରେନ୍ ।

ଟେଷ୍ଟ୍ ଦଳ: ଟେମ୍ବା ବାଭୁମା (ଅଧିନାୟକ), ଡେଭିଡ ବେଡିଙ୍ଗହାମ, ନାନ୍ଦ୍ରେ ବର୍ଗର, ଗେରାଲ୍ଡ କୋଜି, ଟୋନି ଡି ଜୋର୍ଜୀ, ଡିନ୍ ଏଲ୍‌ଗାର, ମାର୍କୋ ଜାନସେନ, କେଶବ ମହାରାଜ, ଆଇଡେନ ମାର୍କରାମ, ୱିଆନ ମୁଲ୍ଡର, ଲୁଙ୍ଗି ଏନଗିଡି, କିଗନ ପିଟରସନ, କାଗିସୋ ରବାଡା, ଟ୍ରିଷ୍ଟାନ୍ ଷ୍ଟବ୍ସ ଓ କାଇଲ ଭେରେନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking