27.1 C
Bhubaneswar
Saturday, May 24, 2025
Homeଖେଳବାଂଲାଦେଶକୁ ୪ ରନରେ ହରାଇ ଦକ୍ଷିଣ ଆଫ୍ରିକା ବିଜୟ

ବାଂଲାଦେଶକୁ ୪ ରନରେ ହରାଇ ଦକ୍ଷିଣ ଆଫ୍ରିକା ବିଜୟ

ନିୟୁୟର୍କ : ଟି-୨୦ ବିଶ୍ୱକପରେ ବାଂଲାଦେଶକୁ ୪ ରନରେ ହରାଇ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ସାଉଥ୍ ଆଫ୍ରିକା ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା । ଏହାର ଜବାବରେ ବାଂଲାଦେଶ ୭ ୱିକେଟ ହରାଇ ୨୦ ଓଭରରେ ୧୦୯ ରନ୍ କରିପାରିଥିଲା। ଏଥିସହ ଟି-୨୦ ବିଶ୍ୱକପ୍‌ ଇତିହାସରେ ସବୁଠାରୁ କମ୍ ରନ୍ (୧୧୩)ର ପାଳିକୁ ସୁରକ୍ଷିତ ରଖି ଜିତିବାରେ ରେକର୍ଡ କରିଛି ଦକ୍ଷିଣ ଆଫ୍ରିକା। କେବଳ ସେତିକି ନୁହେଁ କ୍ରମାଗତ ତିନୋଟି ମ୍ୟାଚ୍‌ ଜିତି ପ୍ରଥମ ଦଳ ଭାବେ ଟି-୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସୁପର୍‌-୮ରେ ପ୍ରବେଶ କରିଛି। ଆଜି ଟି-୨୦ ବିଶ୍ୱକପରେ ପାକିସ୍ତାନ-କାନାଡା ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପାୱାର ପ୍ଲେରେ ୪ ୱିକେଟ୍ ହରାଇ ମାତ୍ର ୨୫ ରନ୍ କରିପାରିଥିଲା। ସେପଟେ କଠିନ ପିଚ୍ ଓ ପ୍ରତିକୂଳ ପାଗର ଫାଇଦା ଉଠାଇ ବାଂଲା ବୋଲରମାନେ ଶାଣିତ ବୋଲିଂ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକାର ପ୍ରଥମ ୪ଜଣ ଖେଳାଳିଙ୍କ ମଧ୍ୟରୁ ୨ଜଣ ଖାତା ଖୋଲି ପାରି ନଥିଲେ। ପରେ ହେନରିକ୍ କ୍ଲାସେନ୍‌ ୪୬ ଏବଂ ଡେଭିଡ୍ ମିଲର ୨୯ ରନ୍‌ କରିଥିଲେ। ଓଭର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ଓ୍ୱିକେଟ୍‌ ହରାଇ ୧୧୩ ରନ୍‌ କରିଥିଲା। ବାଂଲାଦେଶ ପକ୍ଷରୁ ତଂଜିମ ହାସନ ସକିବ ତିନିଟି ଓ ତସକିନ୍ ଅହମ୍ମଦ ଦୁଇଟି ୱିକେଟ୍ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking