27.1 C
Bhubaneswar
Saturday, July 27, 2024
Homeଓଡିଶାଧନର ମୂଳ ଉତ୍ସ କେଉଁଠି : ଧର୍ମେନ୍ଦ୍ର

ଧନର ମୂଳ ଉତ୍ସ କେଉଁଠି : ଧର୍ମେନ୍ଦ୍ର

ଭୁବନେଶ୍ୱର : ଆଇଟି ରେଡକୁ ନେଇ ଏକ୍ସରେ କନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ମଦ ବ୍ୟବସାୟୀଙ୍କଠୁ ଶହ ଶହ କୋଟି ଚଙ୍କା ଜବତ ବିସ୍ମିତ କରିଛି । ଓଡିଶା ଭଳି ରାଜ୍ୟରୁ ଏତେ ବେନାମୀ ଅର୍ଥ ଜବତ ଚିନ୍ତାର ବିଷୟ । ଓଡିଶା , ପଶ୍ଚିମବଙ୍ଗ, ଝାଡଖଣ୍ଡର କିଛି ବ୍ୟକ୍ତିଙ୍କ ସଂପୃକ୍ତି ଖବର ପ୍ରକାଶ ପାଉଛି । ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି , ସତ୍ୟାସତ୍ୟ କଣ । ଜବତ ଧନ ସହ ଓଡିଶାର କିଛି ମୁଷ୍ଟିମେୟ ଲୋକଙ୍କ ସଂପର୍କ ଅଛି କି ? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକ ଘଚଣାରେ ଚୁପ୍ କାହିଁକି । ନୈତିକତାର କଥା କହୁଥିବା କିଛି ଦଳର ନେତା ନିରବ ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଏବେ ମୋଦି ଗ୍ୟାରଣ୍ଟି ଉପରେ ଲୋକେ ଭରସା କରୁଛନ୍ତି । ମୋଦି ସରକରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ମୋଦିଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଲୁଟ୍ ଟଙ୍କା ଅସୁଲ ହେବ । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ, ଏହା ମୋଦିଙ୍କ ଗ୍ୟାରେଣ୍ଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking