22.1 C
Bhubaneswar
Friday, January 10, 2025
Homeଓଡିଶାସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ; ନନ୍ଦନବିହାର ଘରେ କ୍ରାଇମ୍‌ବ୍ରାଞ୍ଚ

ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ; ନନ୍ଦନବିହାର ଘରେ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଗୁରୁବାର ଦିନ ସୌମ୍ୟରଂଜନଙ୍କ ଭୁବେନଶ୍ୱର ଘେର କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍‍ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି । କ୍ରାଇମବ୍ରାର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମା’ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି । ହାେଇକାଟଙ୍ର୍କ ନିଦ୍ଦେର୍ଶ କ୍ରମେ କ୍ରାଇମବ୍ରାଞ୍ଚ ସୁଧାକର ପାଣିଗ୍ରାହୀ, ମା’ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି । ହାେଇକାଟଙ୍ର୍କ ନିଦ୍ଦେର୍ଶ କ୍ରମେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତକୁ ଜୋରଦାର କରିଛି ।

୩ ମାସ ଭିତେର ତଦନ୍ତ ଶେଷ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିଦ୍ଦେର୍ଶ ଦେଇଥିଲେ । ଫଳରେ ବାନ୍ଧବୀ ସୋନାଲି ନନ୍ଦ ଓ କମିଶନେରଟ୍‍ ପୁଲିସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ପୂର୍ବରୁ ସୋନାଲିଙ୍କୁ କମିଶନେରଟ୍‍ ପୁଲିସ ଥାନାକୁ ଡାକି ପଚରାଉଚରା କରିବା ପରେ ଛାଡି ଦେଇଥିଲା । ସୂଚନାଯୋଗ୍ୟ, ଇନ୍େ‌ଫାସିଟି ଥାନା ଅନ୍ତଗର୍ତ ନନ୍ଦନ ବିହାରରେ ରହୁଥିଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ(୩୦) । ସେ ମଡେଲର ଭାବେ କାର୍ଯ୍ୟ କରିବା ସହ ବ୍ୟବସାୟ ମଧ୍ୟ କରୁଥେôଲ । ସୌମ୍ୟରଂଜନ ୟୁଟୁବ୍ ସିଙ୍ଗର୍ ଅନୁଗୋଳର ସୋନାଲି ନନ୍ଦଙ୍କୁ ଭଲ ପାଉଥିଲେ । ଏପରିକି ଦୁଇ ଜଣଙ୍କ ମଧ୍ୟରେ ବିବାହ ମଧ୍ୟ ସ୍ଥିର ହୋଇଥିଲା । ହେଲେ ହଠାତ ଉକ୍ତ ଗୀତିକାର ସୋମ୍ୟରଞ୍ଜନଙ୍କ ସହ ବିଭିନ୍ନ ପ୍ରକାର ମନ ମାଳିନ୍ୟ ହୋଇଥିଲା । ସୋମ୍ୟରଞ୍ଜନ ମାନସିକ ଚାପରେ ରହୁଥିଲେ ।

ଗତବର୍ଷ ୩୧ ତାରିଖ ମଧ୍ୟ ରାତ୍ରରେ ନିଜ ଘରେ ଫ୍ୟାନରେ ଦୌଡି ଲଗାଇ ଆତ୍ମହତ୍ୟା କରିଥିଲେ । ୧ ତାରିଖ ସକାଳୁ ଆତ୍ମହତ୍ୟା ସମ୍ପର୍କରେ ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଝୁଲନ୍ତା ମୃତ ଦେହକୁ ଉଦ୍ଧର କରିଥିଲା । ତାଙ୍କ ପ୍ରେମ କାହାଣି ବିଷୟରେ ଲେଖାଥିବା ଏକ ସୁଇସାଇଡାଲ୍ ନୋଟ୍‌କୁ ପୁଲିସ ଜବତ କରିଥିଲା । ଯେଉଁ ସୁଇସାଇଡାଲ୍ ନୋଟ୍େ‌ର ସେ ଲେଖିଛି ଯେ, ‘ଆଇ ଆମ୍ ସରି ମମି ଡାଡି । ମୋତେ କ୍ଷମା କରିଦେବ । ଯୁବତୀ ଜଣକ ମୋ ଲାଇଫ୍ ସହ ବହୁତ ଖେଳିଲା । ଗୋଟେ ବର୍ଷ ହେଲା ଖେଳିଲା ।

ମୁଁ ଆଉ ଦୁନିଆକୁ ଫେସ୍ କରି ପାରିବିନି । ମୋର ଭଗବାନଙ୍କ ଉପରୁ ଭରଷା ଉଠିଗଲା । କମିଶନେରଟ୍‍ ପୁଲିସ ସୌମ୍ୟଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହେବା ପରେ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାରଠାରୁ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ ସୌମ୍ୟରଂଜନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତକୁ ଆଗକୁ ବଢାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking