26.1 C
Bhubaneswar
Friday, January 24, 2025
Homeଓଡିଶା୩୦୦ ପିଲାଙ୍କ ଯତ୍ନରେ ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ 

୩୦୦ ପିଲାଙ୍କ ଯତ୍ନରେ ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ 

ଭୁବନେଶ୍ୱର: ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଅଫ୍ ଇଣ୍ଡିଆ ମାଧ୍ୟମରେ ୩୦୦ ପିଲାଙ୍କୁ ସାରା ଦେଶରେ ୧୦ଟି ସ୍ଥାନରେ ସେବା ପ୍ରଦାନ କରାଯାଉଛି । ଏହି ପିଲାମାନଙ୍କ ମଧ୍ୟରେ ୧୫୦ ଜଣ ଝିଅ ମଧ୍ୟ ରହିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିତାମାତା ନଥିବା ଶିଶୁମାନଙ୍କୁ ଶିକ୍ଷା ସୁବିଧା ସହିତ ସାମାଜିକ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହି ପଦକ୍ଷେପ ମାଧ୍ୟମରେ, ଯେଉଁ ଶିଶୁମାନେ ସେମାନଙ୍କର ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ତାଙ୍କର ନିକଟ ସମ୍ପର୍କିୟଙ୍କ ମାଧ୍ୟମରେ ଯତ୍ନ ପ୍ରଦାନ କରାଯାଉଛି । ଏହି ପଦକ୍ଷେପ ଅନ୍ତର୍ଗତ ସମସ୍ତ ପିତାମାତା ନଥିବା ଶିଶୁମାନଙ୍କୁ ଏକ ପରିବାର ମଧ୍ୟରେ ରଖାଯାଉଛି ଓ ନିକଟ ସମ୍ପର୍କିୟଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ମାନ ଗ୍ରହଣ କରାଯାଉଛି ଯଦ୍ୱାରା ପିଲା ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଉପଯୁକ୍ତ ଯତ୍ନ ଓ ଶିକ୍ଷା ମିଳିପାରିବ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ଭୁବନେଶ୍ୱରରେ ସମ୍ପର୍କିୟଙ୍କ ଦ୍ୱାରା ଶିଶୁ ଯତ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ୩୪ ଜଣ ପିଲା ଉପକୃତ ହୋଇପାରିଛନ୍ତି ଯେଉଁଥିରେ ୧୨ ବର୍ଷରୁ କମ୍ ୧୬ ଜଣ ଝିଅ ରହିଛନ୍ତି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଅଫ୍ ଇଣ୍ଡିଆ ସାଧାରଣ ସମ୍ପାଦକ ସୁମନ୍ତ କର, କହିଛନ୍ତି ଯେ, ଆମେ ବିଶ୍ୱାସ କରୁ ଯେ ସମସ୍ତ ଶିଶୁମାନଙ୍କର ଏକ ଉପଯୁକ୍ତ ପରିବାରରେ ବଢ଼ିବାର, ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି । ଏହା ସହିତ ସେମାନଙ୍କର ସାମାଜିକ ସ୍ଥିତି ଯେପରି ପ୍ରଭାବିତ ନହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ । ସମ୍ପର୍କୀୟଙ୍କ ଦ୍ୱାରା ଶିଶୁ ଯତ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ନିଜର ନିକଟ ସମ୍ପର୍କୀୟଙ୍କ ପରିବାରରେ ସମସ୍ତ ମୌଳିକ ସୁବିଧା ଲାଭ କରିପାରିବ । ସମ୍ପର୍କୀୟଙ୍କ ଦ୍ୱାରା ଶିଶୁ ଯତ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂପୃକ୍ତ ଯତ୍ନ ପ୍ରଦାନକାରୀଙ୍କୁ ତାଲିମ୍ ଓ ଅଭିଭାବକତ୍ୱ ଦକ୍ଷତା ପ୍ରଦାନ କରାଯାଉଛି ଯଦ୍ୱାରା ଶିଶୁର ସୁରକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିକୁ ସୁନିଶ୍ଚିତ କରାଯାଇପାରିବ । ଏହା ସହିତ ଶିଶୁର ନିୟମିତ ସ୍ୱାସ୍ଥ୍ୟ ଯତ୍ନର ସୁବିଧା ମଧ୍ୟ ରହଛି ବିଶେଷ କରି ବିଏମଆଇ (ବଡି ମାସ୍ ଇଣ୍ଡେକ୍ସ) ଓ ହିମୋଗ୍ଲୋବିନ୍ ସ୍ତର ପ୍ରତି ଧ୍ୟାନ ପ୍ରଦାନ କରାଯାଉଛି । ଶିଶୁ ଯତ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ମଧ୍ୟ ସନ୍ତୁଳିତ ଭୋଜନ ଉପରେ ପରାମର୍ଶ ପ୍ରଦାନ କରାଯାଉଛି । ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ ପୁଷ୍ଟି ଓ ପୋଷାକ ସମ୍ପର୍କିତ ମୌଳିକ ଆବଶ୍ୟକତା ପ୍ରତି ମଧ୍ୟ ଧ୍ୟାନ ପ୍ରଦାନ କରାଯାଉଛି । ଏହା ବ୍ୟତୀତ ପିଲାମାନଙ୍କୁ ଆଚାର ବ୍ୟବହାର, ସହିତ କମ୍ପ୍ୟୁଟର ଓ ଭାଷା ଦକ୍ଷତାର ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପିଲାମାନଙ୍କ ସହିତ ନିୟମିତ ଆଲୋଚନା ମାଧ୍ୟମରେ ତାଙ୍କର ପ୍ରଗତିର ଅନୁଧ୍ୟାନ କରିଥାଏ ଓ ଆବଶ୍ୟକୀୟ ଯତ୍ନ ପ୍ରଦାନ କରାଯାଇଥାଏ । ଏ ଏହି ଶିଶୁ ଯତ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁଧ୍ୟାନ କମିଟିରେ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ କଲ୍ୟାଣ କମିଟି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking