27.1 C
Bhubaneswar
Wednesday, June 26, 2024
Homeବଲିଉଡଖୁବ ଶୀଘ୍ର ଆସିବ ଫିଲ୍ମ ବର୍ଡର ୨

ଖୁବ ଶୀଘ୍ର ଆସିବ ଫିଲ୍ମ ବର୍ଡର ୨

ମୁମ୍ବାଇ : ସନୀ ଦେଓଲ ଗୁରୁବାର ବର୍ଡର ୨ ଫିଲ୍ମର ଘୋଷଣା କରିଛନ୍ତି । ସବୁଠାରୁ ବଡ ଯୁଦ୍ଧ ଚଳଚ୍ଚିତ୍ର ପୁଣି ଆସୁଛି ଏବଂ ଏହା ପୁଣି ଥରେ ବ୍ଲକବଷ୍ଟର ହେବାର ସମ୍ଭାବନା ରହିଛି । ସନି ଦେଓଲଙ୍କ ବର୍ଡର ୨ ଫିଲ୍ମ ପାଇଁ ୨୦୨୬ ରିଲିଜ୍ ତାରିଖ ସ୍ଥିର କରାଯାଇଛି । ନିର୍ମାତା ତଥା ସନ୍ନି ଦେଓଲ ନିଜେ ଘୋଷଣା କରିବା ପରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଖୁବ୍ ଶୀଘ୍ର ଛାଡି ଦିଆଯାଇଥିଲା। ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି ସନୀ । ଏହି ଭିଡିଓରେ ସନୀ କହୁଛନ୍ତି ୨୭ ବର୍ଷ ତଳେ ଗୋଟିଏ ସୈନିକ ଶପଥ କରିଥିଲା କି ସେ ଫେରିବ । ହିନ୍ଦୁସ୍ତାନ ମାଟିକୁ ମୁଣ୍ଡିଆ ମାରିବା ପାଇଁ । ଏହା ପରେ ବ୍ୟାକଗ୍ରାଉଣ୍ଡରେ ସନ୍ଦେଶ ଆତା ହୈ ଗୀତ ଶୁଭୁଛି । ୧୯୯୭ରେ ବର୍ଡର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ୧୦ କୋଟି ବଜେଟର ଏହି ଫିଲ୍ମ ୭୦ କୋଟି ଆୟ କରିଥିଲା । ଏଥିରେ ସନୀଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ସୁନୀଲ ଶେଟ୍ଟୀ ଓ ଅକ୍ଷୟ ଖାନ୍ନାଙ୍କ ପରି କଳାକାର ଅଭିନୟ କରିଥିଲେ । ଭୂଷଣ କୁମାର, କୃଷ୍ଣ କୁମାର ଓ ଜେପି ଦତାଙ୍କ ଝିଅ ଏହାର ପ୍ରଡୁୃ୍ୟସର ହେବେ । କେସରୀ ଫିଲ୍ମର ନିର୍ଦ୍ଦେଶକ ଅନୁରାଗ ସିଂ ଏହାର ନିର୍ଦ୍ଦେଶନା ଦେବେ । ୨୦୨୩ରେ ସନୀଙ୍କ ଅଭିନୀତ ଗଦର ୨ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହା ପରେ ବଲିଉଡରେ ସନୀଙ୍କ ଚାହିଦା ବଢ଼ିବାରେ ଲାଗିଛି । ସେ ଏବେ ଲାହୋର ୧୯୪୭, ବାପ, ସୂର୍ଯ୍ୟା ଓ ଅପନେ ୨ ଫିଲ୍ମ ସାଇନ କରି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking