27.1 C
Bhubaneswar
Friday, September 20, 2024
Homeଓଡିଶାପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀଙ୍କ ଜନ୍ମଦିବସ ପାଳିତ

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀଙ୍କ ଜନ୍ମଦିବସ ପାଳିତ

ଭୁବନେଶ୍ୱର:  ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କର ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଛକ ମାଷ୍ଟାକ୍ୟାଂଟିନ ଛକ, ରାଜମହଲ ଛକ, ରେଳବାୟୀ ଷ୍ଟେସନ ପାଖରେ ଥିବା ବସ୍ତି ଓ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ରଣଜିତ ପାତ୍ର, ବଟକୃଷ୍ଣ ରାଉତରାୟ, ସୁନିଲ ମାଟିଆ, ଦେବବ୍ରତ ମହାନ୍ତି, ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking