26.1 C
Bhubaneswar
Monday, June 16, 2025
Homeଦେଶ ବିଦେଶସୋନାଲି ହତ୍ୟା ମାମଲାର ନୂଆ ଅପଡେଟ୍

ସୋନାଲି ହତ୍ୟା ମାମଲାର ନୂଆ ଅପଡେଟ୍

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ବିଜେପି ନେତା ସୋନାଲି ଫୋଗଟ ହତ୍ୟା ମାମଲାରେ ବଡ ଖବର ଆସୁଛି। ସୋନାଲି ଫୋଗଟଙ୍କ ଫାର୍ମ ହାଉସରୁ ଡିଭିଡି, ଲାପଟପ ଏବଂ କିଛି କାଗଜପତ୍ର ଚୋରି କରୁଥିବା ଅପରେଟର ଶିବମଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ସୋନାଲିଙ୍କୁ ହତ୍ୟା କରିବା ପରେ ଶିବମ ସକାଳେ ଫାର୍ମରେ ଲଗାଯାଇଥିବା ୧୨ ଟି ସିସିଟିଭି କ୍ୟାମେରାର ଡିଭିଡି ଛାଡି ପଳାଇ ଯାଇଥିଲେ। ଗତ ଏକ ସପ୍ତାହ ଧରି ପୋଲିସ ଶିବଙ୍କୁ ଖୋଜିବା ପାଇଁ ହରିୟାଣା ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।
ସୋନାଲି ଫୋଗଟ୍ ୧୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଥିଲେ । ପରିବାର ଅଭିଯୋଗ କରିଛନ୍ତି ଯେ ଏହି ସମ୍ପତ୍ତି ଜବତ କରିବା ପାଇଁ ଅଭିଯୁକ୍ତ ସୁଧୀର ସାଙ୍ଗୱାନ ପ୍ରଥମେ ସୋନାଲି ଫୋଗଟଙ୍କୁ ପରିବାରଠାରୁ ନେଇ ଯାଇଥିଲେ ଏବଂ ପରେ ହତ୍ୟା ଷଡଯନ୍ତ୍ର କରିଥିଲେ। ପରିବାର ସନ୍ଦେହ କରୁଛନ୍ତି ଯେ ସୋନାଲି ଫୋଗଟଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଶିବମ ନାମକ ଜଣେ ବ୍ୟକ୍ତି ଫାର୍ମହାଉସରୁ ପ୍ରମାଣ ନଷ୍ଟ କରିଦେଇଥିଲେ। ଶିବମ ନାମକ ଜଣେ ବ୍ୟକ୍ତି , ଲାପଟପ୍ ଏବଂ ମୋବାଇଲ୍ ସହିତ ପଳାଇ ଯାଇଥିଲେ । ବାସ୍ତବରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍ ଶିବମ୍ ନାମକ ଏହି ବ୍ୟକ୍ତିଙ୍କୁ ଫାର୍ମ ହାଉସରେ ଅବସ୍ଥିତ କାର‌୍ୟ୍ୟାଳୟରେ କମ୍ପ୍ୟୁଟର ଅପରେଟର ଭାବରେ ରଖିଥିଲେ।
ଏହି ସମୟରେ ଗୋଆ ପୋଲିସ ମଧ୍ୟ ସୋନାଲିଙ୍କ ମେଡିକାଲ୍ ହିଷ୍ଟ୍ରିର ର ଅନୁସନ୍ଧାନ କରୁଛି। ପୋଲିସ ପାଖରେ ଅନେକ ପ୍ରଶ୍ନ ଅଛି, ଏହାର ଉତ୍ତର ପାଇବା ପୋଲିସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଜ୍ଝ ତେବେ ଗୋଆର ମୁଖ୍ୟମନ୍ତ୍ରୀ ମଧ୍ୟ ସୋନାଲି ହତ୍ୟା ରହସ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଗୋଆରୁ ଚଣ୍ଡିଗଡ଼ର ସିଏଫଏସଏଲ କୁ ନମୁନା ପଠାଯାଉଛି ଜ୍ଝ ତେବେ ସୋନାଲିଙ୍କ ଝିଅ ସିବିଆଇ ତଦନ୍ତ ପାଇଁ ବାରମ୍ବାର ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking