27.1 C
Bhubaneswar
Wednesday, June 26, 2024
Homeବଲିଉଡଚଳିତ ମାସ‌ରେ ବିବାହ କରି ପାରନ୍ତି ସୋନାକ୍ଷୀ ସିହ୍ନା

ଚଳିତ ମାସ‌ରେ ବିବାହ କରି ପାରନ୍ତି ସୋନାକ୍ଷୀ ସିହ୍ନା

ମୁମ୍ବାଇ : ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଛନ୍ତି ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ। ଚଳିତ ମାସରେ ଦୁହିଁଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକ ଜାହୀର ଇକବାଲଙ୍କୁ ଜୁନ୍ ୨୩ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖି ଆସିଛନ୍ତି। କିଛି କହିନଥିଲେ ବି ସୋସିଆଲ ମିଡିଆ ପୋଷ୍ଟଗୁଡିକ ସେମାନଙ୍କ ପ୍ରେମ କାହାଣୀ ସମସ୍ତଙ୍କ ସାମ୍ନାକୁ ଆଣିଥିଲା।
ତେବେ ଦୁହେଁ ସଲମାନ ଖାନଙ୍କ ଏକ ପାର୍ଟୀରେ ଭେଟିଥିଲେ। ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ସେମାନେ ପରସ୍ପରକୁ ଭଲ ପାଇ ବସିଲେ। ଏବେ ବିବାହ ଖବର ସାମ୍ନାକୁ ଆସିବା ସହ ବିବାହ କାର୍ଡ ବି ଛପା ସରିଲାଣି । କାର୍ଡରେ ‘ଗୁଜବ ସତ’ ବୋଲି ଲେଖାଯାଇଥିବା ଚର୍ଚ୍ଚା ହେଉଛି। ବିବାହରେ ଦୁହିଁଙ୍କ ପରିବାର ଓ ବନ୍ଧୁଙ୍କ ସମେତ ‘ହୀରାମଣ୍ଡି’ର ପୂରା ଷ୍ଟାରକାଷ୍ଟ ଯୋଗ ଦେବେ ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ସୋନାକ୍ଷୀ ଓ ଜାହୀର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking