28.1 C
Bhubaneswar
Saturday, July 27, 2024
Homeଅପରାଧପିଶାଚ ପାଲଟିଲା ପୁଅ

ପିଶାଚ ପାଲଟିଲା ପୁଅ

ବ୍ୟୁରୋ : ଅନ୍‌ଲାଇନ୍‌ ଗେମିଂ ନିଶାରେ ନିଜ ଜନ୍ମ କଲା ମା କୁ ହତ୍ୟା କଲା ପୁଅ । ଉତ୍ତରପ୍ରଦେଶର ଫେତହପୁରରେ ଘଟିଛି ଏଭଳି କିଛି ବର୍ବର କାଣ୍ଡ । ଫତେହପୁରର ହିମାଂଶୁ ସିଂହ। ସେ ଅନ୍‌ଲାଇନ୍‌ ଗେମିଂ ପାଇଁ ପାଗଳହୋଇ ଏଭଳି କାଣ୍ଡ ଘଟାଇଛନ୍ତି । ସେ ଲୋକପ୍ରିୟ ପ୍ଲାଟଫର୍ମ ଜୁମ୍ପିରେ ଖେଳ ଖେଳିବାରେ ଅଭ୍ୟସ୍ତ ଥିଲେ। ତେବେ ଏହି ଅନ୍‌ଲାଇନ୍‌ ଗେମ୍‌ ଖେଳି ସେ ଅନେକ ଧାର କରଜ କରିନେଇଥିଲେ। ପାଖାପାଖି ସେ ୪ ଲକ୍ଷ ଟଙ୍କା ଋଣ କରି ଏହି ଅନ୍‌ଲାଇନ୍‌ ଗେମ୍‌ ଖେଳିବାରେ ଖର୍ଚ୍ଚ କରିଦେଇଥିଲେ। ପରେ ସେ ଏହି ଋଣକୁ କିଭଳି ସୁଝିବେ ସେଥିପାଇଁ ଚିନ୍ତାରେ ପଡିଯାଇଥିଲେ। ଏହାପରେ ରଚିଥିଲେ ଷଡ଼ଯନ୍ତ୍ର।ହିମାଂଶୁ ନିଜ ମାଉସୀଙ୍କ ଘରୁ ଅଳଙ୍କାର ଚୋରୀ କରି ତାକୁ ବିକ୍ରି କରି ସେହି ଟଙ୍କାରେ ବାପା-ମା’ଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ଏଲ୍‌ଆଇସି ବିମା କରିଥିଲେ। ଏହାପରେ ଏହି ଟଙ୍କା ହାତେଇବା ପାଇଁ ମା’ଙ୍କୁ ହତ୍ୟା କରିବା ପାଇଁ କରିଥିଲେ ଯୋଜନା। ଘରେ ବାପା ନଥିବା ବେଳେ ମା’ଙ୍କ ଗଳା ଚିପି ମା’କୁ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଏକ ଅଖାରେ ଭରି କରି ଯମୁନା ନଦୀ କୂଳରେ ଫିଙ୍ଗି ଦେଇଥିଲେ ହିମାଂଶୁ।ତେବେ ବାପା ରୋଶନ ସିଂହ ଫେରିବା ପରେ ପୁଅ ହିମାଂଶୁ ଓ ପତ୍ନୀ ପ୍ରଭାଙ୍କୁ ଘରେ ପାଇନଥିଲେ। ଏହାପରେ ଜଣେ ପଡୋଶୀ ହିଂମାଶୁଙ୍କ ବିଷୟରେ ସୂଚନା ଦେଇଥିଲେ। ପରେ ପୁଲିସକୁ ବାପା ରୋଶନ ସମସ୍ତ କଥା ଜଣାଇବା ପରେ ଘଟଣାସ୍ଥଳକୁ ଯାଇ ପୁଲିସ ଅଖା ଭିତରୁ ପ୍ରଭାଙ୍କ ମୃତଦେହ ଜବତ କରିବା ସହ ହିଂମାଶୁଙ୍କୁ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking