30 C
Bhubaneswar
Wednesday, June 17, 2026
Homeଓଡିଶାଋଣ ଟଙ୍କା ପାଇଁ ବାପାକୁ ହତ୍ୟା କରିଥିଲା ପୁଅ : ଡିସିପି ପ୍ରତୀକ ସିଂ

ଋଣ ଟଙ୍କା ପାଇଁ ବାପାକୁ ହତ୍ୟା କରିଥିଲା ପୁଅ : ଡିସିପି ପ୍ରତୀକ ସିଂ

ଭୁବନେଶ୍ଵର : ରାଜଧାନୀରେ ବାପାକୁ ଛୁରୀ ଭୁସି ହତ୍ୟା ଘଟଣା । ଋଣ ଟଙ୍କା ପାଇଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଜଣାପଡିଥିବା କହିଛନ୍ତି ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ଶୁଝିବାକୁ ବାପାଙ୍କୁ ଟଙ୍କା ମାଗିଥିଲେ, ନଦେବାରୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ପୁଲିସ୍ ଛୁରି ଏବଂ ରକ୍ତଲଗା କପଡା ଜବତ କରିଛି। ଅଭିଯୁକ୍ତକୁ ଗିରଫ କରି ଅଧିକ ଖୋଳତାଡ ଚାଲିଛି। ସୂଚନା ମୂତାବକ ଆଜି ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଥିଲା। ବାପାକୁ ଛୁରୀ ଭୁସି ହତ୍ୟା କରିଥିଲା ପ୍ରଫେସର ପୁଅ । ବାପା ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ପରେ ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଛୁରୀ ଭୁସି ବାପାକୁ ହତ୍ୟା କରିଥିଲା। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଅଭିଯୁକ୍ତ ପୁଅ ଏକ ଘରୋଇ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ସୂଚନା ମିଳିଛି। ତେବେ ଋଣ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking