28.1 C
Bhubaneswar
Sunday, September 8, 2024
Homeଅପରାଧଶଶୁର ଘର ନିପାତ କରିଦେଲା ଜ୍ୱାଇଁ

ଶଶୁର ଘର ନିପାତ କରିଦେଲା ଜ୍ୱାଇଁ

ମୁମ୍ବାଇ: ପାରିବାରିକ ବିବାଦରୁ ଗଣହତ୍ୟାକୁ ରୂପ ଦେଲା ଜ୍ୱାଇଁ । ଏପରି କି ବାଦ ପଡିଲେନି ସ୍ତ୍ରୀ । ଶଶୁର ଘର ପରିବାର ୫ ଜଣଙ୍କୁ ହତ୍ୟା କଲା । ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଦୁଇ ଶଳାଙ୍କୁ ହତ୍ୟା କରିଛି ନୃଶଂସ ଜ୍ୱାଇଁ । ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ମହାରାଷ୍ଟ୍ରର ୟଭତମାଲରେ ଦେଖିବାକୁ ମିଳିଛି । ଗତକାଲି ରାତିରେ ଏହି ଗଣହତ୍ୟାକାଣ୍ଡ ଘଟିଛି । ପୋଲିସ ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରିଛି । ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଜେରା କରୁଛି ।

ପ୍ରାଥମିକ ତଦନ୍ତରେ ଏହି ହତ୍ୟାକାଣ୍ଡର ପଛରେ ପାରିବାରିକ ବିବାଦ ଥିବା କଥା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ୟାଭତମାଲ ଜିଲ୍ଲାର କଲାମବା ତାଲୁକର ତିରାଜଡା ଗ୍ରାମରେ ଏହି ଘଟଣା ଘଟିଛି । ଅଭିଯୁକ୍ତଙ୍କ ଜ୍ୱାଇଁ ୪୦ ବର୍ଷୀୟ ଗୋବିନ୍ଦା ବିର୍ଜୁଚାନ୍ଦ ପାୱାର ଘରୋଇ କଳିରୁ ନିଜ ପତ୍ନୀ ଓ ଶଶୁର ଘର ପରିବାରର ୫ ଜଣଙ୍କୁ ହତ୍ୟା କରିଛି ।

ଅଭିଯୁକ୍ତକୁ ଗତକାଲି ରାତିରେ ହିଁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ପ୍ରାଥମିକ ତଦନ୍ତ ପରେ ଜଣାପଡିଥିଲା ଯେ, ପତ୍ନୀଙ୍କୁ ହଇରାଣ କରିବା ଅଭିଯୋଗରେ ଜ୍ୱାଇଁ ଗୋବିନ୍ଦଙ୍କୁ ତାଙ୍କ ଶଶୁରଘର ସମ୍ପର୍କୀୟମାନେ ମାଡ ମାରିଥିଲେ । ଫଳରେ ସେ କ୍ରୋଧିତ ହୋଇ ଉଠିଥିଲା । ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜ ଶାଶୁ ଶଶୁର ଓ ଦୁଇ ଶଳାଙ୍କୁ ମିଶାଇ ମୋଟ ପାଞ୍ଚ ଜଣଙ୍କୁ ଶାବଳରେ ପିଟି ହତ୍ୟା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking