କଣ୍ଟାବାଞ୍ଜି : ବଜ୍ରାଘାତରେ ପୁଅ ମୃତ , ମାଆ ଗୁରୁତର ହୋଇଛନ୍ତି । ବଙ୍ଗୋମୁଣ୍ଡା ଥାନା ଧୁଣ୍ଡିମହୁଲ ଗାଁରେ ବିଲରେ କାମ କଲା ବେଳେ ଅଘଟଣ । ମାଆ, ନିଜ ପୁଅ ସହ କପା ବିଲରେ କାମ କରୁଥିବା ବେଳେ ଅଚାନକ ଘଡଘଡି ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ପୁଅ ଗଜାନନ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଭରଦେଇ ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରାଯାଉଛି । ଭେଣ୍ଡିଆ ପୁଅର ଜୀବନ ଅକାଳରେ ଚାଲିଯାଇଥିବା ଯୋଗୁ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।