20.1 C
Bhubaneswar
Tuesday, December 24, 2024
Homeଅପରାଧପାରିବାରିକ ବିବାଦକୁ ନେଇ ହେଲା କିଛି ଏମିତି

ପାରିବାରିକ ବିବାଦକୁ ନେଇ ହେଲା କିଛି ଏମିତି

ନୂଆଦିଲ୍ଲୀ : ପାରିବାରିକ କଳହ ପରେ ସମ୍ପର୍କୀୟଙ୍କୁ ହତ୍ୟାକରିଥିବା ଅଭିଯୋଗରେ ଦୁଇଅଭିୁକ୍ତଙ୍କୁ  ଗିରଫ  କରାଯାଇଛି ବୋଲି ସୋମବାର ପୋଲିସ କହିଛି ।କମିସନର ପୋଲିସ ପ୍ରିୟଙ୍କା କଶ୍ୟ କହିଛନ୍ତି ଯେ “ଉଭୟ ଅଭିଯୁକ୍ତଙ୍କୁ ଗିରଫ
କରାଯାଇଛି । ଅଧିକ ତଦନ୍ତ ଜାରିରହିଛି ’’
ପୂର୍ବ  ଦିଲ୍ଲୀ ର ଗାଜିପୁରରେ ରବିବାର ରାତିରେ  ସୁନୀଲ କୁମାରଙ୍କୁ ତାଙ୍କ ସମ୍ପର୍କୀୟମାନେ ହତ୍ୟାକରିଥିବା ଅଭିଯୋଗ ହୋଇଛି । ପୋଲିସଙ୍କ କହିବାନୁଯାଇ ,ସୁନୀଲ କୁମାରଙ୍କ ଭାଇ ସୁଧୀରଙ୍କଠାରୁ ଏକ ଫୋନ କଲ ଆସି ଘଟଣା ସମ୍ପର୍କ ରେ ସୁଚନା ମିଳିଥିଲା । ଡିସିପି ପୂର୍ବାଞ୍ଚଳ କହିଛନ୍ତି ଯେ ପୋଲିସ ଷ୍ଟେସନ ଗାଜୀପୁରରେ ଏକ ପି ସି ଆର କଲ୍ ଗ୍ରହଣ କରାଯାଇଛି ଯେଉଁଥିରେ କଲ୍ କରୁଥିବା ସୁଧୀର ସୂଚନା ଦେଇଥିଲେ ଯେ ତାଙ୍କ ଭାଇ ସୁନୀଲ କୁମାରଙ୍କ ମୁଣ୍ଡର ଡାହାଣ ପାଶ୍ୱର୍ରେ ଗୁଳି ବାଜିଛି । ଅଭିଯୁକ୍ତ କାରୀ ଜଣଙ୍କ ପିଡୀତଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି , ଯିଏକି ଆକାଶ , ତାଙ୍କ ମାଉସୀଙ୍କ ପୁଅ ଏବଂ ବିଶାଳ ଯିଏକି ତାଙ୍କ ମାମୁଁ ଙ୍କ ପୁଅ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନା କୁ ନେଇଥିଲେ । ଯେଉଁଠି ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।
ଆର୍ମସ୍ ଆକ୍ଟ ଅନୁଯାୟୀ ଧାରା (୩୦୨) ରେ ଗାଜୀର ପୋଲିସ ଷ୍ଟେସନରେଏକ ମାମଲା  ରଜ୍ଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking