31.1 C
Bhubaneswar
Friday, March 29, 2024
Homeଆଇଏନ୍‌ଏ ଏବଂ ନେତାଜୀନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ କିଛି ରୋଚକ କଥା

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ କିଛି ରୋଚକ କଥା

ନୂଆଦିଲ୍ଲୀ: ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।’ ଏହା ଏକ ସାଧାରଣ ସ୍ଲୋଗାନ ନଥିଲା । ଏହି ସ୍ଲୋଗାନ ଭାରତରେ ଦେଶପ୍ରେମର ମନୋଭାବ ଜୁଆର ସୃଷ୍ଟି କରିଥିଲା । ଏହି ସ୍ଳୋଗାନଠାରୁ ହିଁ ଭାରତର ସ୍ୱାଧୀନତାର ମୂଳଦୁଆ ପଡ଼ିଥିଲା । ୧୮୯୭ ଜାନୁଆରୀ ୨୩ରେ ନେତାଜୀ ଓଡିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜାନକୀ ନାଥ ବୋଷ କଟକ ସହରର ଜଣେ ପ୍ରସିଦ୍ଧ ଓକିଲ ଥିଲେ ।

ପ୍ରାଥମିକ ଶିକ୍ଷା ପରେ ନେତାଜୀ ରେଭେନ୍‌ସା କଲେଜିଏଟ୍‌ ସ୍କୁଲରେ ଯୋଗ ଦେଇଥିଲେ । ଏହା ପରେ ସେ କୋଲକାତାର ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଥିଲେ । ସେ ଇଞ୍ଜିନିୟରିଂ ପଢ଼ିବା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ୧୯୧୯ ମସିହାରେ, ବୋଷ ଭାରତୀୟ ସିଭିଲ ସର୍ଭିସେସ୍‌ ପରୀକ୍ଷା ପାଇଁ ଲଣ୍ଡନ ଯାଇଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । କି;ୁ ଦେଶ ପ୍ରତି ଥିବା ତାଙ୍କର ଅଦମ୍ୟ ପ୍ରେମ ଯୋଗୁଁ ସେ ବ୍ରିଟିଶଙ୍କ କାର୍ଯ୍ୟ କରିନଥିଲେ ଏବଂ ସିଭିଲ ସର୍ଭିସରୁ ଇସ୍ତଫା ଦେଇଥିଲେ ।

ବିବେକାନନ୍ଦଙ୍କ ଶିକ୍ଷା ଦ୍ୱାରା ନେତାଜୀ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ଶିକ୍ଷାକୁ ସେ ଆଦର୍ଶ ଭାବେ ମାନିଥିଲେ । ଚିତ୍ତରଞ୍ଜନ ଦାସ ତାଙ୍କର ରାଜନୈତିକ ପରାମର୍ଶଦାତା ଥିଲେ । ୧୯୨୩ ମସିହାରେ, ବୋଷ ଅଲ ଇଣ୍ଡିଆ ଯୁବ କଂଗ୍ରେସର ସଭାପତି ତଥା ବଙ୍ଗଳା ରାଜ୍ୟ କଂଗ୍ରେସର ସଚିବ ଭାବରେ ର୍ନିବାଚିତ ହୋଇଥିଲେ । ୧୯୨୫ ମସିହାରେ, ସେ ବୈପ୍ଳବିକ ଗତିବିଧି ସହ ଜଡିତ ଥିବାରୁ ତାଙ୍କୁ ମାଣ୍ଡଳେ କାରାଗାରକୁ ପଠାଯାଇଥିଲା ।

କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସୁଭାଷ ଚନ୍ଦ୍ର ବୋଷଙ୍କ ବୀରତ୍ୱର କାହାଣୀ ଇତିହାସରେ ଲିପିବଦ୍ଧ ହୋଇରହିଛି । ସୁଭାଷ ଚନ୍ଦ୍ର ବୋଷଙ୍କ ଲୋକପ୍ରିୟତା ଏତେ ଥିଲା ଯେ ଭାରତୀୟମାନେ ସ୍ନେହରେ ତାଙ୍କୁ ‘ନେତାଜୀ’ ବୋଲି ସମ୍ବୋଧିତ କରୁଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହରିପୁରା ଅଧିବେଶନରେ କଂଗ୍ରେସର ସଭାପତି ଭାବରେ ର୍ନିବାଚିତ ହୋଇଥିଲେ ।

୧୯୩୯ ମସିହାରେ ସେ ତ୍ରିପୁରୀ ଅଧିବେଶନରେ ପୁନର୍ବାର କଂଗ୍ରେସର ସଭାପତି ଭାବରେ ର୍ନିବାଚିତ ହୋଇଥିଲେ । କି;ୁ ଖୁବ୍‌ ଶୀଘ୍ର ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କଂଗ୍ରେସ ଦଳରେ ‘ଅଲ ଇଣ୍ଡିଆ ଫରୱାର୍ଡ’ ନାମକ ଏକ ଦଳ ଗଠନ କରିଥିଲେ । ଏହାପରେ ନେତାଜୀ ବର୍ଲିନରେ ‘ସ୍ୱତନ୍ତ୍ର ଭାରତ କେନ୍ଦ୍ର’ ପ୍ରତିଷ୍ଠା କରିଥିଲେ ଏବଂ ଭାରତୀୟ ଯୁଦ୍ଧ ବନ୍ଦୀମାନଙ୍କୁ ନେଇ ଏକ ବିରାଟ ଭାରତୀୟ ସେନା ଗଠନ କରିଥିଲେ । ଯେଉଁମାନେ ଜର୍ମାନୀ, ଇଟାଲୀ ଏବଂ ଜାପାନ ଦ୍ୱାରା ବନ୍ଦୀ ହେବା ପୂର୍ବରୁ ଉତ୍ତର ଆଫ୍ରିକାରେ ବ୍ରିଟିଶମାନଙ୍କ ପାଇଁ ଲଢ଼ିଥିଲେ ।

ନେତାଜୀଙ୍କ ନେତୃତ୍ୱରେ ୧୯୪୨ ମସିହାରେ ଜର୍ମାନୀଠାରେ ‘ଆଜାଦ ହିନ୍ଦ୍‌ ରେଡିଓ’ ଆରମ୍ଭ ହୋଇଥିଲା । ବ୍ରିଟିଶମାନଙ୍କଠାରୁ ଭାରତ ସ୍ୱାଧୀନତା ପାଇବା ପାଇଁ ସଂଗ୍ରାମ କରିବା ଏହି ରେଡ଼ିଓର ଉଦ୍ଦେଶ୍ୟ ଥିଲା । ଏହି ରେଡିଓରେ ନେତାଜୀ ୬ ଜୁଲାଇ ୧୯୪୪ ରେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ଭାବରେ ସମ୍ବୋଧିତ କରିଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୁଲାଇ ୧୯୪୩ରେ ଜର୍ମାନୀରୁ ସିଙ୍ଗାପୁର ନିୟନ୍ତ୍ରିତ ଜାପାନରେ ପହଞ୍ଚିଥିଲେ । ସେଠାରୁ ସେ ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ‘ଦିଲ୍ଲୀ ଚଲୋ’ ଆରମ୍ଭ ହୋଇଥିଲା । ୨୧ ଅକେଫାବର ୧୯୪୩ ରେ ନେତାଜୀ ‘ଆଜାଦ ହିନ୍ଦ ସରକାର’ ଏବଂ ‘ଭାରତୀୟ ରାଷ୍ଟ୍ରୀୟ ସେନା’ ଗଠନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking