31.1 C
Bhubaneswar
Monday, June 17, 2024
Homeଓଡିଶାକଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା ସଭା

କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା ସଭା

ଯାଜପୁର : ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ କୋଦଣ୍ଡ ପୁର ସମ୍ପଦ କେନ୍ଦ୍ର ଠାରେ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସଂକ୍ରାନ୍ତୀୟ ସଚେତନତା ସଭା ପ୍ରାଧିକରଣ ର ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଅତିଥି ଆଲୋଚକ ଭାବେ ଯାଜପୁର ପୈରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ରଞୁଲତା ହୋତା,ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ ଓ ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ତାର ପୃଥକୀକରଣ ,ଖତ ପ୍ରସ୍ତୁତି,ପୁନଃ ପ୍ରକ୍ରିୟାକରଣ ନୂତନ ନିର୍ମାଣ ସହିତ ପାରିପାର୍ଶ୍ଵକ ସ୍ବଚ୍ଛତା ଓ ପରିମଳ ବିଷୟ ରେ ଆଲୋଚନା କରିଥିଲେ।ପୈରପାଳିକା ର ପ୍ରତ୍ୟକ୍ଷ ତତ୍ଵାବଧାନରେ ସ୍ଵୟସହାୟିକା ଗୋଷ୍ଠି ଦ୍ବାରା ପରିଚାଳିତ ସମ୍ପଦ କେନ୍ଦ୍ର ମାଧ୍ୟମ ରେ କିପରି କଠିନ ବର୍ଜ୍ୟବସ୍ତୁ ର ପରିଚାଳନା କିପରି ହେଉଛି ସେସବୁକୁ ଅଂଶ ଗ୍ରହଣ କାରୀ ମାନେ ବୁଲି ଦେଖି ପ୍ରତକ୍ଷ୍ୟ ଗ୍ୟାନ ଆହରଣ କରିଥିଲେ।ସ୍ଥାନୀୟ ପାରିଷଦ ଶ୍ରୀ ରାଜକିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ସମ୍ପଦ କେନ୍ଦ୍ର ର କର୍ମଚାରୀ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking