ମୁମ୍ବାଇ: ବିବାହର ୨୪ ବର୍ଷ ପରେ ଅଲଗା ହେବେ ଅଭିନେତା ପ୍ରଯୋଜକ ସୋହେଲ ଖାନ୍ ଓ ସୀମା ସଚଦେବ। ହେଲେ କିଛିଦିନ ହେଲା ଉଭୟ ଅଲଗା ରହୁଥିଲେ। ଦୁହେଁ ୧୯୯୮ରେ ବିବାହ କରିଥିଲେ। ଏହା ପୂର୍ବରୁ ସୋହେଲଙ୍କ ବଡ଼ ଭାଇ ଅର୍ବାଜ ଖାନ୍ଙ୍କର ମଲାଇକା ଅରୋରାଙ୍କ ସହିତ ଛାଡ଼ପତ୍ର ହୋଇଥିଲା। ଏବେ ଦୁହେଁ ଛାଡ଼ପତ୍ର ଆବଦେନ କରିଥିବା ସୂଚନା ମିଳିଛି। ଏଥିପାଇଁ ଆଜି ଉଭୟଙ୍କୁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଦେଖିବାକୁ ମିଳିଥିଲା। ଏଥିରେ ଉଭୟ ମଲାଇକା ଓ ଅର୍ବାଜଙ୍କ ସହମତି ରହିଥିଲା। ସୂଚନା ଅନୁସାରେ, ଭଡ଼ ଭାଇ ସଲମାନ ଖାନ୍ ଏବେବି ଅବିବାହିତ ରହିଥିବା ବେଲେ ଦୁଇ ଭାଇ ସୋହେଲ ଓ ଅର୍ବାଜ କିନ୍ତୁ ବିବାହ କରିଥିଲେ। ପୂର୍ବରୁ ବଡ଼ବାଇ ଅର୍ବାଜଙ୍କ ଡିଭୋର୍ସ ହୋଇଥିବା ବେଳେ ଏବେ ସୋହେଲ ମଧ୍ୟ ଛାଡ଼ପତ୍ର ଦେଇଛନ୍ତି।ଏନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖାନ୍ ପରିବାରର ଜଣେ ନିକଟତର ବ୍ୟକ୍ତି। ସେ କହିଛନ୍ତି “ଶେଷ ସମୟରେ ଉଭୟେ ଏହି ନିଷ୍ପତ୍ତି ନେଇଥିଲେ। ତେଣୁ କାହାକୁ ଖବର ଜଣାଯାଇ ନାହିଁ। ଉଭୟ ନିଷ୍ପତ୍ତିକୁ ଗୋପନ ରଖି ଡିଭୋର୍ସ ଆବେଦନ କରିବାକୁ ଚାହୁଁଥିଲେ। ସୋହେଲ୍ ଓ ସୀମା କିଛି ବର୍ଷ ହେଲା ଅଲଗା ରହୁଥିଲେ।” ତେବେ ଉଭୟଙ୍କ ଛାଡ଼ପତ୍ରର ପ୍ରକୃତ କାରଣ ଜଣାପଡ଼ି ନାହିଁ। ୨୦୧୭ରେ ସୀମା-ସୋହେଲଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।